
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ସ୍ଥିତ ଚିନ୍ମୟ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି । ବିଦ୍ୟାଳୟର ସମ୍ପାଦକ ରମାକାନ୍ତ ପଣ୍ଡା ଏହି କ୍ରୀଡା ଉତ୍ସବକୁ ଉଦ୍ଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳା କବି ଶତପଥୀ, ବରିଷ୍ଠ ଶିକ୍ଷୟିତ୍ରୀ ଲୀନା ମଲ୍ଲିକ, ସଂଯୁକ୍ତା ଦାଶ, ଜୀବନାନନ୍ଦ ନାୟକ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ରହି ସମସ୍ତଙ୍କୁ ଖେଳରେ ଭାଗନେବା ପାଇଁ ଉତ୍ସାହିତ କରିଥିଲେ । କ୍ରୀଡ଼ା ଶିକ୍ଷକ ସୁଶାନ୍ତ କୁମାର ବିଶ୍ୱାଳ, ଶିକ୍ଷୟିତ୍ରୀ ସ୍ମିତା ଦାସ ଖେଳକୁ ପରିଚାଳନା କରିଥିବା ବେଳେ ବକୁଳ ଚରଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଏହି କ୍ରୀଡା ଉତ୍ସବକୁ ପରିଚାଳନା କରିଥିଲେ ।