ସଞ୍ଚୟ ପକ୍ଷ ପାଳନ ସମାରୋହ – ୨୦୨୨ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ସଞ୍ଚୟ ପକ୍ଷ ପାଳନ ସମାରୋହ – ୨୦୨୨ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏଡିଏମ୍‌ ଲମ୍ବୋଦର ଧରୁଆ ଯୋଗ ଦେଇଥିବା ବେଳେ ସଭାପତିତ୍ୱ କରିଥିଲେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଜୟ କୁମାର ଶତପଥୀ । ଅନ୍ୟତମ ଅତିଥି ଭାବେ ଏସ୍‌ପି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଏଏସ୍‌ପି ଜଗତରାମ ତାଜନ, ସହକାରୀ ଜିଲ୍ଲାପାଳ ସୋନିଆଶ୍ରୀ ମଲ୍ଲିକ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ରସରାଜ ଅଚ୍ୟୁତ ପୁରୋହିତ ଯୋଗ ଦେଇଥିଲେ । ଏହି ସମାରୋହ ଉପଲକ୍ଷେ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅତିଥି ମାନେ ସଞ୍ଚୟର ଉପକାରିତା ସମ୍ପର୍କରେ ନିଜ ନିଜ ବକ୍ତବ୍ୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

3 × 3 =