୭ଟି ଗୋରୁ ବୋଝେଇ କଣ୍ଟେନର ଜବତ : ୫୦୦ରୁ ଅଧିକ ଗୋରୁ ଉଦ୍ଧାର, ଘଟଣାର ତଦନ୍ତ ଜାରି

ଜଳେଶ୍ୱର : ୭ଟି ଗୋରୁ ବୋଝେଇ କଣ୍ଟେନର ଜବତ ସହ ୫୦୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛି । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ପୁଲିସ ୭ଟି କଣ୍ଟେନର ଜବତ କରିଛି । ଏହାସହ ସେଥିରୁ ୫୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।

ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ୬୦ନମ୍ବର ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଦଲାଲମାନଙ୍କ ଦ୍ୱାରା ଗୋରୁ ଚୋରା ଚାଲାଣ ହୋଇ ଆସୁଥିବା ବେଳେ ଏବେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ଉପରେ ପଶ୍ଚିମବଙ୍ଗ ପୁଲିସ ରୋକ ଲଗାଇଛି ।

ଶୁକ୍ରବାର ବିଳମ୍ବିତ ରାତିରେ ୮ଟି କଣ୍ଟେନରରେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ପଶ୍ଚିମବଙ୍ଗ ଭିତରକୁ ଗାଡି ଗୁଡିକୁ ପଶିବାକୁ ଦେଇନଥିଲା । ଗାଡି ଗୁଡ଼ିକ ଓଡ଼ିଶା ସୀମା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଅଟକି ରହିଥିଲା । ଜଳେଶ୍ୱର ପୁଲିସ ଖବରପାଇ ଚଢ଼ାଉ କରି ୭ଟି କଣ୍ଟେନର ଜବତ କରିଥିଲା । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।

Leave A Reply

Your email address will not be published.