oom

ଅକ୍ଟୋବର ୨୦ ଡେଲାଙ୍ଗରେ ହେବ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତା ୨୦ ତାରିଖ ଦିବା ୧୦ ଘଟିକା ସମୟରେ ଡେଲାଙ୍ଗ ବ୍ଲକ୍ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହି ଶିବିରରେ ଜିଲ୍ଲାସ୍ତରରୁ ଆସିଥିବା ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ଭିନ୍ନକ୍ଷମମାନଙ୍କୁ ପରୀକ୍ଷା କରି ଆବଶ୍ୟକୀୟ ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବ୍ୟବସ୍ଥା କରିବେ । ତେଣୁ ପୂର୍ବରୁ ଅନ୍ ଲାଇନରେ ଆବେଦନ କରିଥିବା ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିମାନେ ନିଶ୍ଚିତ ଭାବରେ ଏହି ଶିବିରରେ ଯୋଗଦେବା ଆବଶ୍ୟକ ବୋଲି କୁହାଯାଇଛି । ଏତଦ୍ ବ୍ୟତୀତ ଅନ୍ୟ ଯେଉଁ ମାନେ ଏହି ସୁବିଧା ପାଇ ନାହାଁନ୍ତି ସେମାନେ ତୁରନ୍ତ ନିଜର ପାସପୋର୍ଟ ଫଟୋ ଓ ଆଧାର କାର୍ଡ ସହ ନିକଟସ୍ଥ ଜନସେବା କେନ୍ଦ୍ରରେ ନିଜର ପଞ୍ଜିକରଣ କରାଇ ସମ୍ପୃକ୍ତ କାଗଜ ପତ୍ର ସହ ଏହି ଶିବିରରେ ଯୋଗଦେବା ପାଇଁ ଜଣାଇ ଦିଆଯାଇଛି । ଏଠାରେ ବିଶେଷ ଭାବରେ ଗୋଟିଏ ବିଷୟ ଜାଣିବାକୁ ଅଛି ଯେ ନୂତନ ଭାବରେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖଠାରୁ ଅନ୍‌ଲାଇନ୍ ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଥିବାରୁ ପୂର୍ବରୁ ମିଳିଥିବା ସମସ୍ତ ହାତଲେଖା ପ୍ରମାଣ ପତ୍ର ବର୍ତ୍ତମାନ ଅଚଳ ଅଟେ । ତେଣୁ ଏହି ବିଷୟକୁ ନଜରକୁ ନେଇ ଯେଉଁ ମାନଙ୍କର ଏ ପର୍ଯ୍ୟନ୍ତ ଏହି ପୁରୁଣା ପ୍ରମାଣ ପତ୍ର ଅଛି ସେମାନେ ତୁରନ୍ତ ଏହାକୁ ଅନ୍‌ଲାଇନ୍ ପ୍ରମାଣ ପତ୍ରରେ ପରିବର୍ତ୍ତନ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.