ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ- ତୃତୀୟ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ୨ଟି ମ୍ୟାଚ ଖେଳା ଯାଇଛି । ବାଳକ ବିଭାଗରେ ସଇଁତଳା ଓ ମୁରିବାହଲ ବ୍ଲକ ଓ ଖପ୍ରାଖୋଲ ଓ ଦେଓଗାଁ ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସମୟରେ ସଇଁତଳା ଓ ମୁରିବାହଲ ବ୍ଲକ ୨-୨ ଗୋଲରେ ସମାନ ସ୍ଥିତିରେ ରହିଥିଲେ । ଟାଇ ବ୍ରେକର ସାହାଯ୍ୟରେ ମୁରିବାହଲ ୪-୩ ଗୋଲରେ ବିଜୟୀ ହୋଇଥିଲେ । ସଇଁତଳା ଦଳ ତରଫରୁ ଜର୍ସି ନଂ- ୭, ଓ ଜର୍ସି ନଂ-୧୦ ଯଥାକ୍ରମେ ଥବିର ଭୋଇ ଓ ରାଜବାବୁ କୁମ୍ଭାର ଓ ମୁରିବାହଲ ଦଳ ତରଫରୁ ଜର୍ସି ନଂ- ୭ ଓ ଜର୍ସି ନଂ-୧୦ ଯଥାକ୍ରମେ ଭୋଜବଲ ବାଗ ଓ ଯୁଦ୍ଧେଶ୍ଵର ରଣା ଗୋଟିଆ ଲେଖାଏଁ । ସେହିପରି ଦ୍ୱିତୀୟ ମ୍ୟାଚରେ ଖପ୍ରାଖୋଲ ଦଳ ୨-୦ ଗୋଲରେ ବିଜୟୀ ହୋଇଥିଲେ । ଦଳ ତରଫରୁ ଜର୍ସି ନଂ- ୧୦ ଆୟୁଷ ରାଜହଂସ ଦୁଇଟି ଗୋଲ କରିଥିଲେ । ଆଜିର ଖେଳରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଶାରୀରିକ ଶିକ୍ଷା ନିରିକ୍ଷକ ଅନ୍ତର୍ଯ୍ୟାମି ବିଶ୍ଵାଳ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଭିନ୍ନ ବିଦ୍ୟାଳୟକୁ ଫୁଟବଲ ବଣ୍ଟନ କରଯାଇଥିଲା । ଆଜିର ଖେଳକୁ ରାଜେନ୍ଦ୍ର ଧାରୁଆ, ସୁଦର୍ଶନ ସେଠ, ବିଜୟ କୁମାର ଖମାରି, ଶୁଖିରାଜ ବିଶ୍ଵାଳ, ସୁଶାନ୍ତ ନାଗ, ରାଜେନ୍ଦ୍ର ସେଠ, ମୋହନ ପ୍ରଧାନୀ, ଆଶିଷ ଦେବ ସାହ ପରିଚାଳନା କରିଥିଲେ । ବୈକୁଣ୍ଠ ଜେନା ମୁଖ୍ୟ ଖେଳ ପରିଚାଳକ ଦାୟିତ୍ଵ ତୁଲାଇଥିଲେ ।

ଆସନ୍ତା କାଲି ବାଳକ ବିଭାଗରେ ୪ଟି ମ୍ୟାଚ ମୁରିବାହଲ ଓ ଖପ୍ରାଖୋଲ, ଟିଟିଲାଗଡ ଓ ତୁରେକେଲା, ଗୁଡଭେଳା ଓ ଆଗଲପୁର, ବଙ୍ଗୋମୁଣ୍ଡା ଓ ବେଲପଡା ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

1 × three =