csstore

କଲ୍ୟାଣୀ କଳା କେନ୍ଦ୍ରର ଆଇ କ୍ୟାନ ଡ୍ୟାନ୍ସ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଲ୍ୟାଣୀ କଳା କେନ୍ଦ୍ର ଓ ଲାୟନ୍ସ କ୍ଲବ ରାଉରକେଲା ଗ୍ରେଟରର ମିଳିତ ଆନୁକୂଲ୍ୟରେ ସିଭିକ ସେଣ୍ଟର୍ ଠାରେ ଆଇ କ୍ୟାନ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ବରିଷ୍ଠ ଅଧିକାରୀ ଆର କେ ମୁଦୁଲି, ଆରଏସପି ମହାପ୍ରବନ୍ଧକ ବିଜୟ କୁମାର ରାଉତ, ଅନ୍ୟତମ ଅଧିକାରୀ ସନ୍ତୋଷ କୁମାର ପୋଲାକୀ, ଡାକ୍ତର କିରଣ ମିଶ୍ର, ଲାୟନ ରେଣୁ ବାଙ୍ଗଲ, ଲାୟନ ରମେଶ ଚନ୍ଦ୍ର ସେଠୀ, ଲାୟନ ଲଲାଟେନ୍ଦୁ ଚୌଧୁରୀ, ସିନେ ଅଭିନେତ୍ରୀ ଇଶା ବେବର୍ତ୍ତା ଓ ଅଭିନେତ୍ରୀ ପ୍ରତିଭା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ପ୍ରଶଂସା କରିଥିଲେ । ଅତିଥିମାନେ କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ । ଯେଉଁମାନଙ୍କ ପାଖରେ କଳା ପ୍ରତିଭା ଅଛି ସେମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହେବେ । ପ୍ରାରମ୍ଭରେ ଲାୟନ ଶ୍ରୀ ସେଠୀ ସ୍ୱାଗତ ଭାଷଣ ରଖିଥିବା ବେଳେ କଲ୍ୟାଣୀ କଳା କେନ୍ଦ୍ରର ଉପସଭାପତି ହିମାଦ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଲାଠିକଟାର ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ପରେ ସହରର ବିଭିନ୍ନ ଦୃଷ୍ଟି ବାଧିତ, ଦିବ୍ୟାଙ୍ଗ ଅନୁଷ୍ଠାନର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କୃତ କରାଯାଇଥିଲା । କଳା କେନ୍ଦ୍ରର ମୁଖ୍ୟ ଦେବେନ୍ଦ୍ର ପଲେଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ଶ୍ରୀ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହରର ବହୁ ସଂଖ୍ୟାରେ ଦର୍ଶକ ଉପଭୋଗ କରିବା ସହ ଦିବ୍ୟାଙ୍ଗମାନଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.