csstore

ଯୁବ କୁଲୁତା ସମାଜ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ଠାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ, ଫରେଷ୍ଟ ଡିଭିଜନ ବଲାଙ୍ଗିର ଓ ମ୍ୟୁନିସିପାଲିଟି ବଲାଙ୍ଗିରର ମିଳିତ ଉଦ୍ୟମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଦେଓଗାଁ ବିଡିଓ ରାମଦତ୍ତ ଭୋଇ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବଲାଙ୍ଗିର ଜିଲ୍ଲାକୁ ସବୁଜମୟ କରିବା ମୂଳ ଲକ୍ଷ ବୋଲି ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସରକାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ନନ୍ଦ, ରେଞ୍ଜର କେଶବ କିଶୋର ନାଏକ, ୱାସ କୋଡିନେଟର ବିଜୟ ସାହୁ, ଭୁବନେ ଭୋଇ, ଅମିତ ବାରିକ, ମୁକେଶ ପଧାନ, ଜିତେନ୍ଦ୍ର ବିଶ୍ୱାଲ, ସୁଧିର ସା, ଉପେନ୍ଦ୍ର ପ୍ରଧାନ, ଗଙ୍ଗାଧର ସା, ଖପ୍ରାଖୋଲ ବ୍ଲକ ସଭାପତି ଅକ୍ଷୟ ପ୍ରଧାନ, ସନ୍ତୋଷ ପ୍ରଧାନ, ଶୁଶାନ୍ତ ପ୍ରଧାନ, ଗୋପର୍ଦ୍ଧନ ପ୍ରଧାନ ଓ ଉମେଶ ଗଡତ୍ୟା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.