ବାପୁଜୀ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ନେତୃତ୍ୱରେ ସ୍ୱଚ୍ଛତା ସଚେତନ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସରଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧ ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଶିବ ମନ୍ଦିର ପରିସରରେ ଅଲିଆ ଆବର୍ଜନା ସଫା କରାଯିବା ସହ ଜନସାଧାରଣମାନଙ୍କୁ ସ୍ୱଚ୍ଛତା ସଚେତନ ବାର୍ତ୍ତା ଦିଆଯାଇଥିଲା । ୭୫ତମ ଆଜାଦି କା ଅମୃତ ମହୋତ୍ସବ ଅବସରରେ ପରିବେଶ ସଫା ରଖିବା ସହ ପରିମଳକୁ ସ୍ଵଚ୍ଛ ନିର୍ମଳ ରଖିବା ପାଇଁ ବାପୁଜୀ ସ୍ୱେଚ୍ଛାସେବୀ ସଙ୍ଗଠନ ଜନସାଧାରଣଙ୍କୁ ଘର ଅଗଣାକୁ ସଫା ରଖିବାକୁ ନିବେଦନ କରିଥିଲେ । ଅକ୍ଟୋବର ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

one × 5 =