ନଟରାଜ କଳା ପରିଷଦର ରଜତ ଜୟନ୍ତୀ ସମାରୋହ ସ୍ୱର୍ଗତ ଲଳିତ ନାୟକଙ୍କୁ ସମର୍ପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନଟରାଜ କଳାପରିଷଦର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ନଟରାଜ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସ୍ଥାୟୀ ସଭାପତି ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଡ. ଶ୍ରୀକର ମିଶ୍ର ଓ ନାଟ୍ୟ ନିର୍ଦ୍ଦେଶକ ଅଧ୍ୟାପକ ପ୍ରଶାନ୍ତ ଖମାରୀଙ୍କ ସମେତ ସମସ୍ତ ସଦସ୍ୟ ଓ ନଟରାଜ କଳା ପରିଷଦ ସଂପର୍କିତ ସମସ୍ତ କଳାକାର ଯୋଗ ଦେଇଥିଲେ । ପ୍ରକାଶ ଥାଉ କି ନଟରାଜ କଳା ପରିଷଦ ଏ ବର୍ଷ ରଜତ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏହି ଉପଲକ୍ଷେ ୬ଟି କୋଶଲି ନାଟକ ଓି୍ୱଙ୍ଗସ୍‌ ୬ ଓ ୩ ଟି ଲୋକ ନୃତ୍ୟ ପରିବେଷିତ ହେବ । ଏଠାରେ ରଜତ ଜୟନ୍ତୀର ଲୋଗୋ ଉନ୍ମୋଚନ କରାଯାଇଥିଲା ଏବଂ ସର୍ବସମ୍ମତିକ୍ରମେ ରଜତ ଜୟନ୍ତୀକୁ ସ୍ୱର୍ଗତ ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କୁ ସମର୍ପିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ ନାଟକମାନଙ୍କ ପାଇଁ ମନୋନୟନ ପ୍ରକ୍ରିୟାର ସମାପ୍ତି ଘୋଷଣା କରିଥିଲେ । ‘ଆଶାପୁର ନୁ ଆମେରିକା’ ସାମାଜିକ ନାଟକରେ ଜ୍ୟୋତି ରଂଜନ ବେଦ୍‌ବାକ୍‌, ପ୍ରହଲ୍ଲାଦ ଦର୍ଜି, ପ୍ରଶାନ୍ତ ପଣ୍ଡା, ପ୍ରିନ୍ସ ପଣ୍ଡା, ଅଷ୍ଟମୀ ନାଗ ଓ ଚନ୍ଦ୍ରମା ହୋତା ଅଭିନୟ କରୁଥିବା ବେଳେ ବାସ୍ତବଧର୍ମୀ ନାଟକ ‘ଅ-ଆ-ଇ’ରେ ଦେବବ୍ରତ ଶର୍ମା, ମଧୁସୁଦନ ନାୟକ, ସୁମିତ କୁମାର ଦାଶ (ଶିଶୁ କଳାକାର), ରାମ ପ୍ରସାଦ ଦାଶ, ନବଘନ ଦାଶ, ସରୋଜ, ଶୈଲେନ କୁମାର ବାବୁ, ଟୁନା ମିଶ୍ର, ଅନିଲ ହୋତା, ପୂଜା ସାହୁ ଓ ଟଙ୍କଧର ମହାକୁର ଅଭିନୟ କରିବେ । ସେହିପରି ମାନବଧର୍ମୀ ନାଟକ ‘ଘା’ରେ ରାମ ପ୍ରସାଦ ଦାଶ, ଲଳିତ ପୂଜାରୀ ଓ ମିଲି ବାରିକ, ପୌରାଣିକ ନାଟକ ‘ଯଯାତି’ରେ ଧିରାଜ ବେଜ୍‌, ଶ୍ରୀରାଧା, ରାସେଶ୍ୱରୀ ଚଣ୍ଡି, ଶୈଳେନ କୁମାର ବାବୁ, ମଧୁସୁଦନ ନାୟକ, ସଂଜିବ କୁମାର ନାଏକ, ଅନିଲ କୁମାର ପୁଜାରୀ, ଘନଶ୍ୟାମ ସାଏ, ପ୍ରଶାନ୍ତ ପଣ୍ଡା ଅଭିନୟ କରିବାକୁ ଥିବା ବେଳେ ଐତିହାସିକ ନାଟକ ‘ପୃଥ୍ୱୀରାଜ’ରେ ଅନିଲ ହୋତା, ସତ୍ୟବ୍ରତ ଆଚାର୍ଯ୍ୟ, କୁମୁଦ ନାଏକ, ଲଳିତ ପୂଜାରୀ, ପ୍ରଶାନ୍ତ ପଣ୍ଡା, ଶୈଳେନ କୁମାର ବାବୁ, ନବଘନ ଦାଶ, ନୁର ଓ ଦେବବ୍ରତ ଓ ନୃତ୍ୟ ନାଟିକା ‘ନାବକେଲି’ରେ କଳ୍ପନା ବ୍ୟାସ, ରୁପାଲି ବ୍ୟାସ, କିଶୋର ଜାଲ, ପଙ୍କଜିନି ପୋଡ, ବାବୁଲୁ ପଣ୍ଡା, ମନୋଜ, ଲକ୍ଷ୍ମଣ, ଆଶିଷ, ସସ୍ମିତା, ରାଜେଶ ଦେବତା, ବିଦ୍ୟା, ଘାୟଲ ଓ ଲଳିତ ପୂଜାରୀ ଅଭିନୟ କରିବେ । ଅନ୍ୟପଟେ ରଜତ ଜୟନ୍ତୀ ସମାରୋହର ବିଭିନ୍ନ କମିଟି ଗଠନ କରାଯାଇଥିଲା । କୋର କମିଟିରେ ଡ. ଶ୍ରୀକର ମିଶ୍ର, ହରିନାରାୟଣ ପୂଜାରୀ, ହିମାଂଶୁ ଶେଖର ପାଢୀ, ପ୍ରହଲ୍ଲାଦ ଦର୍ଜୀ, ରାମ ପ୍ରସାଦ ଦାଶ, ସତ୍ୟବ୍ରତ ଆଚାର୍ଯ୍ୟ, ଲଳିତ ପୂଜାରୀ, କିଶୋର ଜାଲ, ଶମ୍ଭୁ ପ୍ରସାଦ ଜାଲ, ପ୍ରଶାନ୍ତ ଖମାରୀ, ଜତୀନ୍ଦ୍ର ପଟେଲ, ସୁରେନ୍ଦ୍ର ସେଠ ଓ ବଳରାମ ରାଉତ ରହିଥିବା ବେଳେ ପବ୍ଲିସିଟି କମିଟିର ଦାୟିତ୍ୱ ସଂଗ୍ରାମ ନାୟକଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ସେମିନାର କମିଟି ମଧୁସୁଦନ ନାୟକ, ଜତିନ୍ଦ୍ର ପଟେଲ, ଶମ୍ଭୁ ପ୍ରସାଦ ଦାଶ ଓ ସତ୍ୟବ୍ରତ ଆଚାର୍ଯ୍ୟକୁ ନେଇ ଗଠିତ ହୋଇଥିବା ବେଳେ ସୋଭିନିୟର କମିଟିରେ ରହିଲେ ଶମ୍ଭୁ ପ୍ରସାଦ ଦାଶ, ଉଗ୍ରସେନ ଷଡଙ୍ଗି, ଦେବରାଜ ସାହୁ, ମଧୁସୁଦନ ନାୟକ ଓ ଜତିନ୍ଦ୍ର ପଟେଲ । ଅର୍ଥ କମିଟିର ସଦସ୍ୟ ରୂପେ ପ୍ରହଲ୍ଲାଦ ଦର୍ଜୀ, ଜ୍ୟୋତି ରଂଜନ ବେଦବାକ୍‌, ରାମନାରାୟଣ ବେଜ୍‌, ଗୋପାଲ ବରେଇ ଓ ବଦ୍ରି ପ୍ରସାଦ ମିଶ୍ରଙ୍କୁ ମନୋନୀତ କରାଯାଇଛି । ସୂଚନା ସଂଯୋଜକ ରୂପେ ମଧୁ ସୁଦନ ନାୟକ ଓ ମଂଚ ପରିଚାଳନା ପାଇ ରାମ ପ୍ରସାଦ ଦାଶ ତଥା ଷ୍ଟେଜକ୍ରାଫ୍ଟ, ଭିଡିଓଗ୍ରାଫି ଓ ଫଟୋଗ୍ରାଫି ପାଇ ରବିନ୍ଦ୍ର ନାରାୟଣ ନାଏକ, ବଳରାମ ରାଉତ ଓ କିଶୋର ଜାଲ, ପ୍ଲେକ୍ସ କାର୍ଯ୍ୟ ପାଇ ନବଘନ ଦାଶ ଓ ନିମନ୍ତ୍ରଣପତ୍ର ଦାୟିତ୍ୱ ଦେବରାଜ ସାହୁଙ୍କୁ ଅର୍ପଣ କରାଯାଇଥିବା ବେଳେ ସର୍ବୋପରି ଅଭ୍ୟର୍ଥନା କମିଟିରେ ରହିଲେ ଉଗ୍ରସେନ ଷଡଙ୍ଗୀ, ସଚିକାନ୍ତ ନାଏକ, ରାମ ଶଙ୍କର ଶତପଥୀ, ନିଳାଚଳ ନନ୍ଦ, ଭାସ୍କର ଚନ୍ଦ୍ର ମେହେଟା, ରୀମା ବାଗ ଓ ସ୍ୱରୁପା ସିଂହ । ସତ୍ୟବ୍ରତ ଆଚାର୍ଯ୍ୟ ଏହି ସଭାକୁ ପରି·ଳନା କରିଥିବା ବେଳେ ଅନୁଷ୍ଠାନର ବହୁ ସଦସ୍ୟ ଓ ଶୁଭେଚ୍ଛୁ ନିଜସ୍ୱ ମତ ପୋଷଣ କରିଥିଲେ । ଶେଷରେ ଦେବବ୍ରତ ଖମାରୀ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 + 9 =