ନୃସିଂହନାଥରେ ଚଣ୍ତୀ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ନିକଟସ୍ଥ ରାମଚଣ୍ଡୀ ମନ୍ଦିରରେ ରବିବାର ଚଣ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଘଟିକାରେ କୁଲତା ଜାତିର ମା’ ଭଉଣୀମାନେ ଏକତ୍ରୀତ ହୋଇ ୩୦୧ କଳସରେ ନୃସିଂହନାଥ ଝରଣାରୁ ପବିତ୍ର ପାଣି ଆଣି ରାମଚଣ୍ଡୀ ପୀଠରେ ସ୍ଥାପନ କରିଥିଲେ । ଦୀର୍ଘ ୭ ବର୍ଷ ଧରି କର୍ତ୍ତା ଭାବରେ ଦାୟିତ୍ୱ ତୁଲାଉଥିବା କେସବ ସାହୁ ତାଙ୍କ ଧର୍ମପତ୍ନୀ ମମତା ସାହୁ ଚଳିତ ବର୍ଷ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ପଣ୍ତିତ ଭାବେ ପ୍ରେମାନନ୍ଦ ଦେବତା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଚଣ୍ତୀ ପାଠ ଝସକେତନ ହୋତା କରିଥିଲେ । ସମସ୍ତ ପୂଜା ଦାୟିତ୍ୱ ଭୁବନେଶ୍ୱର ସା ତୁଲାଇଥିଲେ । ଏନେଇ ଅନୁଷ୍ଠିତ ଏକ ସଭାରେ କେନ୍ଦ୍ର କମିଟିମାନଙ୍କର ୧୨ ଜଣ ସଭାପତି ଓ ନିମନ୍ତ୍ରିତ ଅତିଥି ଭାବରେ ଭୈରବ ସାହୁ, ଚିନ୍ତାମଣୀ ସାହୁ ଓ ଦୁଲ୍ଲଭ ସାହୁ ଯୋଗ ଦେଇଥିଲେ । ଲୋହିତ କୁମାର ବାରିକ ସଭା ପରିଚାଳନା କରିଥିଲେ । ଅତିଥିମାନେ ଚଣ୍ତୀ ମନ୍ଦିର ନୂତନ ଯୁବ ସଂଗଠନକୁ ପ୍ରଶଂସା କରିଥିଲେ । ସମାଜର ଶିଶୁ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଏହାକୁ ବିଜୟ ପ୍ରଧାନ ପରିଚାଳନା କରିଥିବା ବେଳେ ଡା. ବୁଲୁ ବାରିକ ଧନ୍ୟବଦ ଦେଇଥିଲେ ।

Leave A Reply

Your email address will not be published.

ten − four =