ମା’ ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପବିତ୍ର କୁମାର ପୂର୍ଣ୍ଣିମା ଦଶହରା ପୂର୍ଣ୍ଣିମା ଅବସରରେ ପ୍ରଥମ ଥର ପାଇଁ ଲୋଇସିଂହା ସ୍ଥିତ ମା’ ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଢୋଲମହୁଲ ଶାରଳା ଶକ୍ତିପୀଠର ପୂଜକ ମୁରଲୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦେବୀଙ୍କ ସୁଦୃଶ୍ୟ ଛତର ସ୍ଥାନୀୟ ସମଲେଇ ମନ୍ଦିରରୁ ବାହାରି ଜମିଦାରଙ୍କ ଉଆସରେ ପହଞ୍ଚିଥିଲା । ସେଠାରେ ପୂଜାର୍ଚ୍ଚନା ପରେ ମା’ଙ୍କ ଛତର ପୁନଃ ବାହାରି ବସ୍ତି ପରିକ୍ରମା କରିଥିଲା । ପ୍ରଥମ ଥର ପାଇଁ ମା’ଙ୍କ ଛତର ଯାତ୍ରା ଆୟୋଜିତ ହୋଇଥିବା ବେଳେ ଏହା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ରଞ୍ଜନ ବେହେରା ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ସଞ୍ଜୟ ଝାଙ୍କର, ନଯୁ ଖାନ, ମନୋଜ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଲନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

17 − sixteen =