ବ୍ଲକଛକ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା

  • ଝଲକିବ ମା’ ଗଜଲକ୍ଷ୍ମୀଙ୍କ ତୋରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକଛକ ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ କମିଟିର ବରିଷ୍ଠ ସଦସ୍ୟ ତଥା ମୁଖ୍ୟ କର୍ତ୍ତା ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ତାଙ୍କ ଧର୍ମପତ୍ନୀ ତଥା ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଓ ବରିଷ୍ଠ ସଦସ୍ୟ ତପନ ଦାସ ତାଙ୍କ ଧର୍ମପତ୍ନୀ ଜୋସ୍ନାମୟୀ ତ୍ରିପାଠୀ ପୂଜା କର୍ତ୍ତା ଭାବେ ରହିଛନ୍ତି । ଏହି ପୂଜାରେ ପଣ୍ଡିତ କିରଣ ମିଶ୍ର, ମାନସ ମିଶ୍ର ଓ ସୁରେନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କରିଥିଲେ । ସଭାରେ କମିଟି ସଭାପତି ଭାବରେ ପରମେଶ୍ୱର କର୍ମୀ, ସମ୍ପାଦକ ଅବନୀ ସାହୁ ଓ କୋଷାଧ୍ୟକ୍ଷ ଭାବରେ ପ୍ରଦୀପ ଡାଙ୍ଗଙ୍କୁ ମନୋନୀତ ହୋଇଛନ୍ତି । ମା’ ଲକ୍ଷ୍ମୀଙ୍କ ପୂଜା ୪ ଦିନ ଧରି ଚାଲିବ ଓ ୧୨ ତାରିଖ ଦିନ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜିତ କମିଟିରୁ ଜଣାଯାଇଛି । ଏହି ଅବସରରେ ସଇଁତଲା ସରପଞ୍ଚ ସୁବ୍ରତ ନାଗ ଯାଦବ ଓ ବିବିନା ସରପଞ୍ଚ ପୁରୁଷୋତ୍ତମ କଲତା ଯୋଗଦାନ କରି ପୂଜାରେ ସମ୍ପୂର୍ଣ୍ଣ ଭାବରେ ଉପସ୍ଥିତ ରହି ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା ସହିତ ୨ ଦିନ ଧରି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ଅନ୍ନ ପ୍ରସାଦର ବ୍ୟବସ୍ଥା ଓ ମା’ ଗଜଲକ୍ଷ୍ମୀଙ୍କ ଶୋଭାଯାତ୍ରାକୁ ମୁଖ୍ୟ ଆକର୍ଷଣ କରାଯିବ ବୋଲି ଆୟୋଜକ କମିଟି ପ୍ରକାଶ କରିଛି । ବୈଠକରେ କମିଟିର ସଦସ୍ୟ ପ୍ରଦୀପ ସାମନ୍ତରାୟ, ଅକ୍ଷୟ ସାହ, ଭରତ କର୍ମୀ, ହିମାଂଶୁ ଶେଖର ଦାସ, ବିକ୍ରମ ବଗର୍ତି, ଲାଲ କର୍ମୀ, ପୂର୍ଣ୍ଣ ଚନ୍ଦ୍ର ଦଳେଇ, ସୁନୀଲ ଅଗ୍ରୱାଲ, ବଳଦେବ ବଗର୍ତି, ଲାଦୁ କର୍ମୀ, ଜଗବନ୍ଧୁ ବଗର୍ତି, ରାଜକିଶୋର ବାଗ, ମହାଦେବ ଗଡ଼ତ୍ୟା, ରାଜେଶ ସାହୁ, ପ୍ରକାଶ ବଗର୍ତି, ମନୋଜ କର୍ମୀ, ଶ୍ରବଣ ଅଗ୍ରୱାଲ, ସରୋଜ କର୍ମୀ, ଦୀପକ ସେଲମା, ବବଲୁ ମାଝୀ, ମୁକେଶ ବଗର୍ତି, ସୁଶାନ୍ତ ସାହୁଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seven + 10 =