ସବୁ କୋସଲବାଦୀ ସଂଗଠନମାନେ ଏକଜୁଟ ହୋଇ କୋସଲ ମୁକ୍ତି ଆନ୍ଦୋଳନରେ ଝାସ ଦେବାକୁ ଆହ୍ୱାନ ଦେଲା କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋସଲ ରାଜ୍ୟ ସମନ୍ୱୟ ସମିତିର ବଲାଙ୍ଗିର ସହରାଞ୍ଚଳର ଏକ ଜରୁରୀ ବୈଠକ ପୁରୁଣା ରାଜବାଟୀ ଠାରେ ବଲାଙ୍ଗିର ଏକ୍ସନ କମିଟି ମୁଖ୍ୟ ତଥା ବରିଷ୍ଠ କୋସଲ ସଂଗଠକ ଗୋପାଳଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋସଲବାଦୀ ନେତା ବିଭୁଦତ୍ତ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋସଲ ଆନ୍ଦୋଳନକୁ ଆହୁରି ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ସମସ୍ତେ ମିଳିମିଶି ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ । ଏହା ବ୍ୟତିତ କୋସଲ ଆନ୍ଦୋଳକୁ ଆହୁରି ବ୍ୟାପକ ଓ ଦୁର୍ବାର କରିବା ପାଇଁ ସବୁ କୋସଲବାଦୀ ସଂଗଠନମାନେ ଏକ ହୋଇ ଏହି ମୁକ୍ତି ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦେବା ସହ ଯୁବ ନେତୃତ୍ୱମାନଙ୍କୁ ଆହୁରି ସଂଗଠିତ ହୋଇ ଆନ୍ଦୋଳନକୁ ସଂଚାଳିତ କରିବା ପାଇଁ ନିବେଦନ କରିଥିଲେ । ଏହି ପ୍ରତିନିଧି ସ୍ତରୀୟ ସଭାରେ ବିଭିନ୍ନ ସାମାଜିକ ଶ୍ରମିକ ସଂଗଠନମାନେ ଯଥା ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘ, ବଲାଙ୍ଗିର ଏକ୍ସନ କମିଟି, ୟୁନାଇଟେଡ୍‌ ଟ୍ରେଡ ୟୁନିୟନ ଅଫ୍‌ ବଲାଙ୍ଗିର, କିଶାନ ସଂଘର୍ଷ ସମିତି, ପୂର୍ବତନ ସୈନିକ ସଂଘ, ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ ଓ କର୍ମଚାରୀ ମଂଚ, ୱାର୍କସ୍‌ ଏଣ୍ଡ ଇରିଗେସନ ୱାର୍କର୍ସ ୟୁନିୟନ, ବରିଷ୍ଠ ନାଗରିକ ମଂଚ, ବିଭିନ୍ନ ଜାତି ସଂଗଠନ, ନିର୍ମାଣ ଶ୍ରମିକ ସଂଗଠନ, ଜିଲ୍ଲା କଳାକାର ସଂଘ, କ୍ଷତିଗ୍ରସ୍ତ ଜମାକାରି ସଂଘ, ସିଭିଲ ସୋସାଇଟି ବଲାଙ୍ଗିର ଓ ବିଭିନ୍ନ ଜାତି ସମାଜ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇ ଆନ୍ଦୋଳନକୁ ଆହୁରି ତିବ୍ର କରିବା ସହ ତୃଣମୂଳ ସ୍ତରରେ ସଂଗଠିତ ହେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଉକ୍ତ ସଭାରେ ଗୋପଭୂଷଣ ନାଥ, ନୀଳମଣି ମିଶ୍ର, କପିଳେଶ୍ୱର ଖମାରୀ, ଜମାଲ ଖାନ, ରବିଶଙ୍କର ମିଶ୍ର, ରଣରାଜ ସିଂଦେଓ, ସତ୍ୟ ବନଛୋର, ବିଭୁତି ଶଙ୍କର ବିନ୍ଧାଣୀ, ମୋତିଲାଲ ମିଶ୍ର, ନିରୁପମା ଉଦ୍‌ଗାତା, ଡୋଳାମଣି ପ୍ରଧାନ, ପ୍ରୀତମ ଠାକୁର, ପ୍ରଭାସ ମିଶ୍ର, ଶିଶିଲ ମିଶ୍ର, ପ୍ରାଣ ଶଙ୍କର ରାଉତ, ମଧୁସୁଦନ କ୍ଷେତୀ, ବିନୋଦ କାଲସାଏ, ପ୍ରତାପ ରଥ ଓ ପ୍ରଦ୍ୟୁମ୍ନ ବାବୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.