ଘାଟିରେ ଓଲଟିଲା ପରିବା ବୋଝେଇ ଟ୍ରକ୍‌

ଦାରିଙ୍ଗବାଡ଼ି : କନ୍ଧମାଳ ଓ ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ଏବେ ବିପଦ ସାଜିଛି । କେବେ ଦୁର୍ଘଟଣା ଆଉ କେବେ ଭୁସ୍ଖଳନ ପାଇଁ ଚର୍ଚ୍ଚାରେ ରହିଛି ଏହି ଘାଟି । ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଫଳ ଏବଂ ପନିପରିବା ବୋଝେଇ ମିନି ଟ୍ରକ୍‌ ଓଲଟିଲାଣି । ଫଳରେ ଉକ୍ତ ଘାଟିରେ ଯାତାୟାତ ଦିନକୁ ଦିନ ବିପଦ ପୂର୍ଣ୍ଣ ହେଉଛି । ସୂଚନାଯୋଗ୍ୟ, ଦଶହରା ପୂଜା ସାରି ଏକ ମିନି ଟ୍ରକ୍‌ ପନିପରିବା ନେଇ ଘାଟିରାସ୍ତା ଦେଇ ଗଞ୍ଜାମ ଅଭିମୁଖେ ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ବୁଲାଣିରେ ଓଲଟି ପଡ଼ିଥିଲା । ଏଥିରେ କେହି ଗୁରୁତର ହୋଇ ନ ଥିବା ବେଳେ ଗୁରୁବାର ସକାଳୁ ପନିପରିବା ସଂଗ୍ରହ କରାଯାଇଛି ।

Leave A Reply

Your email address will not be published.