ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମହମ୍ମଦ ତାହିର ହୁସେନଙ୍କ ପରିଚାଳନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ବରଗଡ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ବିଭୁ କଲ୍ୟାଣ ପାଢ଼ୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଦୁର୍ଗା ପ୍ରସାଦ ସାହୁ ମଞ୍ଚାସୀନ ଥିଲେ । ଏହି ଅବସରରେ ସମାଜ ସେବା ପାଇଁ ବରଗଡ଼ ଜିଲ୍ଲାରେ ଉତ୍ତମ କାର୍ଯ୍ୟ ସ୍ଵରୁପ ସଂକଳ୍ପ, ନିଷ୍ଠା ଓ ସଂଯୁକ୍ତ ଯୁବ ସଂଗଠନକୁ ସମ୍ମାନିତ କରାଯାଇଥିଲା । ବରିଷ୍ଠ ନାଗରିକ ସର୍ଦ୍ଦାର ପ୍ରୀତମ ସିଂ, ଅଶୋକ ପଶାୟତଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ପରେ ନିର୍ମଳ କିଶୋର କର ଓ ଅଶୋକ ପଶାୟତଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସୁଶ୍ରୀ ରିଆପ୍ସଶ ମହାପାତ୍ର, ଅର୍ଚ୍ଚିତା ମହାପାତ୍ର, ସଂକେତ ସାହୁ ନୃତ୍ୟ ଗୀତରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!