ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ଜଣେ ବିଦ୍ୱାନ ଦାର୍ଶନିକ

ନୂଆଦିଲ୍ଲୀ : ରାଷ୍ଟ୍ରପତି ହେବା ପୂର୍ବରୁ ଡକ୍ଟର ରାଧାକୃଷ୍ଣନ୍ ୧୦ ବର୍ଷ ପାଇଁ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ବିଶ୍ୱାସ କରାଯାଏ ଯେ, ସେ ଭାରତର ସବୁଠାରୁ ଯୋଗ୍ୟ ରାଷ୍ଟ୍ରପତି ଥିଲେ । ସେ କେବଳ ବିଏଚୟୁ ଏବଂ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ଭଳି ସମ୍ମାନଜନକ ପଦବୀରେ ଅବସ୍ଥାପିତ ହୋଇନଥିଲେ, ବରଂ କଲିକତା ବିଶ୍ୱବିଦ୍ୟାଳୟ(୧୯୨୧-୧୯୩୨)ର ମାନସିକ ତଥା ନୈତିକ ବିଜ୍ଞାନର କିଙ୍ଗ ଜର୍ଜ ପଂଚମ ଅଧ୍ୟକ୍ଷ ଏବଂ ଅକ୍ସଫୋର୍ଡ ୟୁନିଭରସିଟିରେ ଇଷ୍ଟର୍ନ ଧର୍ମ ଏବଂ ନୈତିକତାର ସ୍ପାଲଡିଂ ପ୍ରଫେସର (୧୯୩୬-୫୨) ମଧ୍ୟ ରହିଥିଲେ । ୧୮୯୩ ମସିହାରେ ଚିକାଗୋରେ ଅଭିଭାଷଣ ରଖିଥିବା ସ୍ୱାମୀ ବିବେକାନନ୍ଦ ପାଶ୍ଚାତ୍ୟ ଜଗତର ହୃଦୟ ବୋଲି ବିବେଚିତ ହେବା ପରେ, ଡକ୍ଟର ରାଧାକୃଷ୍ଣନ୍ ପୂର୍ବ ଏବଂ ପାଶ୍ଚାତ୍ୟର ଦାର୍ଶନିକତାକୁ ମିଶ୍ରଣ କରିବାରେ ଦ୍ୱିତୀୟ ଦାର୍ଶନିକ ଭାବେ ପରିଚୟ ଅର୍ଜନ କରିଥିଲେ । ରାଷ୍ଟ୍ରପତି ଭାବରେ ସେ ମୃତ୍ୟୁଦଣ୍ଡକୁ ନିନ୍ଦା କରିଥିଲେ ଏବଂ ତାଙ୍କ ପାଖରେ ପହଂଚିଥିବା ୫୭ ଦୟା ନିବେଦନକୁ ଗ୍ରହଣ କରିଥିଲେ । ପ୍ରତିବର୍ଷ ୫ ସେପ୍ଟେମ୍ବରରେ ତାଙ୍କ ଜନ୍ମଦିନ ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ । ଡକ୍ଟର ରାଧାକୃଷ୍ଣନଙ୍କ କାର୍ଯ୍ୟକାଳ ୧୩ ଜୁନ୍ ୧୯୬୨ ରୁ ୧୩ ଜୁନ୍ ୧୯୬୭ ପର୍ଯ୍ୟନ୍ତ ଚାଲିଥିଲା ।

Leave A Reply

Your email address will not be published.