ହୁମ୍ବର ଗ୍ରାମରେ ବାଲେଶ୍ୱର ଭିଜିଲାନ୍ସ ଟିମ୍ : ତନଖି କଲେ ଅଭିଯୁକ୍ତଙ୍କ ପୈତୃକ ଘର

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମହକୁମା ଠାରୁ ମାତ୍ର ୩ କିମି ଦୂର, ଯାହା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ହୁମ୍ବର ଗ୍ରାମକୁ ଆଜି ସକାଳୁ ସକାଳୁ ବାଲେଶ୍ଵରର ଭିଜିଲାନ୍ସ ଟିମ୍ ପହଞ୍ଚିଛି । ଅଭିଯୁକ୍ତଙ୍କ ପୈତୃକ ଘର ତନଖି କରି ଘରର ମାନ ଯାଞ୍ଚ କରିଛି । ଅଭିଯୁକ୍ତଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିବା ବେଳେ ଗତ ୨୫ ଜୁନ୍‌ ୨୦୨୨ରେ ଏହାରି ଉପରେ ମାଲି-ମକଦ୍ଧମା ହୋଇ ଏବେ ସୁଦ୍ଧା ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଘେରି ଲାଗିଛି । ଆଜି ପୁଣି ସେହି ଘର ଉପରେ ବାଲେଶ୍ଵର ଭିଜିଲାନ୍ସ ପହଞ୍ଚି ଅଭିଯୁକ୍ତଙ୍କ ପୈତୃକ ଘରର ମାନ ଯାଞ୍ଚ କରିଛି । ଗତକାଲି ଭିଜିଲାନ୍ସ ଡ଼ିଏସ୍‌ପି ଡ଼ି.ସି. ମୁର୍ମୁଙ୍କ ନେତୃତ୍ୱରେ ଏକ ଟିମ୍ ଛତ୍ରପୁରରେ ପହଞ୍ଚି ଉକ୍ତ ସ୍ଥାନ ଦେଖିବାକୁ ଯାଇଥିଲେ । ମଙ୍ଗଳବାର ସକାଳୁ ସକାଳୁ ତାଙ୍କର ବିଶେଷଜ୍ଞଙ୍କ ସହ ଭିଜିଲାନ୍ସ ଡ଼ିଏସ୍‌ପି ଶ୍ରୀ ମୁର୍ମୁ ପହଞ୍ଚି ଘର ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ହୁମ୍ବର ଗ୍ରାମର ଜଣେ ଦୁସ୍ଥ କୃଷିଜୀବୀ ସ୍ୱର୍ଗତ ନନ୍ଦି ପଲେଇଙ୍କ ପୁତ୍ର ଜନାର୍ଦ୍ଧନ ପଲେଇ ବାଲେଶ୍ୱରରେ ସରକାରୀ ଚାକିରି କରି ସେଠାରେ ସ୍ଥାୟୀ ଭାବେ ବସବାସ କରି ରହି ଆସୁଛନ୍ତି । ସେଠାକାର ଖାଦ୍ୟ ଯୋଗାଣ ବିଭାଗରେ ସେ ଜଣେ ଆଣ୍ଟି ସ୍ମଗ୍ଗଲିଂ ଗାର୍ଡ(ଚତୁର୍ଥ ଶ୍ରେଣୀ ଗ୍ରେଡ) ଚାକିରି କରନ୍ତି । ତେବେ ସେ ପୁଣି ବାଲେଶ୍ୱରରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ବସିଛନ୍ତି । କୁହାଯାଉଛି, ଜନାର୍ଦ୍ଧନ ପଲେଇ ବାଲେଶ୍ୱର ଜିଲ୍ଲାରେ ଜଣେ ଚତୁର୍ଥ ଶ୍ରେଣୀ ଗ୍ରେଡରେ ସରକାରୀ ଚାକିରି କରି ପ୍ରାୟତଃ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ଅର୍ଜନ କରି ପାରିଛନ୍ତି । ଗାଡ଼ି ଘୋଡ଼ା ଆଦି କରି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରଠାରେ ସେଟଲ୍‌ମେଣ୍ଟ ହୋଇ ତାଙ୍କର ନିଜସ୍ୱ ଘର ଓ ଗୋଟିଏ ଢ଼ାବା-ହୋଟେଲ କରି ଭଡ଼ାରେ ଲଗାଇଛନ୍ତି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କ ସହ ପତ୍ନୀ ପରିବାରଙ୍କୁ ନେଇ ଉଜ୍ଜ୍ୱଳ ଭବିଷ୍ୟତ ଜୀବନ ଗଠନ କରି ନିଜର ଦକ୍ଷତା ଓ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଭାବେ ସୁନାମ ଆଣି ଆସିଥିଲେ । ହେଲେ ଆଜକୁ ୧ ବର୍ଷ ହେଲା ଛତ୍ରପୁର ନିକଟ ହୁମ୍ବର ଗ୍ରାମର ଜନାର୍ଦ୍ଧନ ପଲେଇ ଭିଜିଲାନ୍ସ ଘେରରେ ପଡ଼ି ଘୁରି ବୁଲୁଛନ୍ତି ।

Leave A Reply

Your email address will not be published.

4 × 1 =