କୋଣାର୍କ କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

କୋଣାର୍କ : କୋଣାର୍କ ରିଂରୋଡରେ କୋଣାର୍କ ଏନ୍‌ଏସିର ବହୁ ପ୍ରତିକ୍ଷୀତ ନବନିର୍ମିତ କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି । ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ୧ କୋଟି ୨୭ ଲକ୍ଷ ବ୍ୟୟ ଅଟକଳରେ ଏହି କଲ୍ୟାଣ ମଣ୍ଡପ ଗତ ୨୦୧୮ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ଏନ୍‌ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ର, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ବିଜେଡି ସଭାପତି ଗୋପାଳ ବେହେରା, ୧୩ଟି ୱାର୍ଡର କାଉନସିଲର ପ୍ରମୁଖ ଯୋଗଦେଇଥିଲେ । କୋଣାର୍କ ଏନ୍‌ଏସିର ସମସ୍ତ କର୍ମଚାରୀ ଉଦ୍‌ଘାଟନୀ ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

17 − two =