ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଲେ ଶ୍ରମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଲେ ଶ୍ରମିକ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର କଲେଜ୍‌ଛକ ନିଟକ ଏଲ୍‌ଆଇସି ଅଫିସ୍‌ ପାଖରେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଡ଼ବନ୍ଧ ଫାଣ୍ଡି ଅନ୍ତର୍ଗତ ଖଲିଆପାଲିର ଶୁକ୍ରୁ ବାଗ(୨୭) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ୮ ବର୍ଷ ହେଲା ଆନ୍ଧ୍ରପ୍ରଦେଶର ତିର୍‌ପୁର୍‌ରେ ଏକ କଂପାନୀରେ ଶୁକ୍ରୁ କାମ କରୁଥିଲେ । ରବିବାର ରାତିରେ ଟ୍ରେନ୍‌ ଯୋଗେ ଆସି ସେ ବଲାଙ୍ଗିରରେ ପହଂଚିଥିଲେ । ଘରକୁ ଯିବା ସମୟରେ ସେ କଲେଜ ଛକ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଛନ୍ତି । ତେବେ ଏ ପର୍ଯ୍ୟନ୍ତ ଧକ୍କା ଦେଇଥିବା ଅଜଣା ଗାଡ଼ିକୁ ଚିହ୍ନଟ କରାଯାଇ ପାରି ନଥିବା ଜଣାପଡ଼ିଛି । ତେବେ ମୃତ ଶୁକ୍ରୁ ବିବାହିତ ହୋଇଥିବା ବେଳେ ତାଙ୍କର ୨ ସନ୍ତାନ ରହିଛନ୍ତି । ଶୁକ୍ରୁଙ୍କ ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ତାଙ୍କ ପରିବାର ପରିଜନଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

one × five =