ଫସଲର ବିବିଧିକରଣ ସମ୍ପର୍କିତ ତାଲିମ ଶିବିର

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନୁନିଆପାଲି ପଞ୍ଚାୟତ ପାଣ୍ଡେସରା କମ୍ୟୁନିଟି ସେଣ୍ଟର ଠାରେ କୃଷି ବିଭାଗ ଓ କୃଷକ ସଶକ୍ତି କରଣ ଓଡିଶା ସରକାରଙ୍କ ସହାୟତାରେ ଏବଂ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ ଚାଷୀ ମାନଙ୍କୁ ଫସଲର ବିବିଧିକରଣ ସମ୍ପର୍କିତ ଅଣ – ଧାନ ଫସଲର ଯୋଜନା, ଅଭ୍ୟାସ କରଣ ଏବଂ ସମନ୍ୱିତ ପୋକ ପରିଚାଳନାର ଅଭ୍ୟାସ ଉପରେ କୃଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ନୁନିଆପାଲି ପଞ୍ଚାୟତର ପାଣ୍ଡେସରା, ଅମରମୁଣ୍ଡା ଓ ଝାଙ୍କରପାଲି ଗ୍ରାମର ଚାଷୀମାନେ ଅଂଶଗ୍ରହଣ କରିଥିଲେ । ତାଲିମଦାତା ଭାବେ କୃଷି ଉନ୍ନୟନ ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ, ସହକାରୀ କୃଷି ଅଧିକାରୀ ଅଭିଷେକ ପାଢ଼ୀ, ଦେବବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ବ୍ୟବସ୍ଥାର ସବୁ ଦିଗକୁ ନେଇ ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲେ । ତାଲିମ କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ)ର ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ପିଣ୍ଟୁ ପଧାନ, ନମିତା ପଧାନ, ବିଭୁତି ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

16 − 11 =