jsm

ଶିଶୁଙ୍କ ପ୍ରତିଭାକୁ ପୁଷ୍ପିତ କରେ ବିଦ୍ୟାଳୟର ବାର୍ଷିକ ଉତ୍ସବ : ମହୁଲପଡା ସେବାଶ୍ରମ ବିଦ୍ୟାଳୟ

csstore

ନୂଆପଡା, (କେପିଏନ୍‌ଏସ୍‌) : ଶିଶୁ ଏକ ମାଟିପାତ୍ର ସଦୃଶ୍ୟ । ଆମେ ଯେଉଁପରି ଗଠନ ଦେବା ତାର ରୂପରଙ୍ଗ ସେହିପରି ଚମକି ଉଠିବ । ଠିକ୍ ସେଭଳି ବିଦ୍ୟାଳୟକୁ ମଧ୍ୟ ଅନେକ ପ୍ରତିଭା ସଂପନ୍ନ ଶିଶୁ ଆସିଥାନ୍ତି । ପ୍ରତ୍ୟେକ ଶିଶୁ ପାଖରେ ଅଜସ୍ର ସୃଜନୀ, କଳା, କୌଶଳ ଭରି ରହିଥାଏ । ଆମେ ତାହାକୁ ସୁଯୋଗ ଦେଲେ ଶିଶୁର ସାମଗ୍ରିକ ବିକାଶ ହୋଇପାରିବ । ବିଦ୍ୟାଳୟର ବାର୍ଷିକ ଉତ୍ସବ ଠିକ୍ ସେହିପରି ଶିଶୁଙ୍କ କଳା, ସଂସ୍କୃତି, କ୍ରୀଡ଼ାକୁ ଆଗେଇ ନେବା ପାଇଁ ମିନି ମହୋତ୍ସବ ପରି କାର୍ଯ୍ୟ କରେ । ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ମହୁଲପଡା ସେବାଶ୍ରମ ବିଦ୍ୟାଳୟ ଏକ ଅନୁସୂଚୀତ ଜାତି ଓ ଜନଜାତିଙ୍କ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଏକ ଆବାସିକ ବିଦ୍ୟାଳୟ । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲ ସିଂହ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ‌ ମାଝୀ, ସମ୍ମାନିତ ଅତିଥି ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ, ଜିଲ୍ଲା ଶିକ୍ଷକ ସଂଘର ସଭାପତି ସୁଶୀଳ କୁମାର ପତି, ବ୍ଲକ ଶିକ୍ଷକ ସଂଘ ସଭାପତି ଶ୍ୟାମ କୁମାର ଦଣ୍ଡସେନା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ମହାବୀର ଯୋଷୀ, ମୁଖ୍ୟ ବକ୍ତା କନକ ବର୍ଦ୍ଧନ ସାହୁ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ହୋଇଥିବା ବେଳେ ସେବିକା ଜୋସ୍ନାମୟୀ ଜଗତ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ଶିଶୁର‌ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ତଥା ଶିଶୁ ପ୍ରତିଭାକୁ ପୁଷ୍ପିତ କରିବା ପାଇଁ ବିଦ୍ୟାଳୟର ଅବଦାନ ସଂପର୍କରେ ଅତିଥିମାନେ ନିଜର ବକ୍ତବ୍ୟ ପ୍ରଦାନ‌ କରି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଶିକ୍ଷକ ଡ଼ିସେମ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦର୍ଶକମାନଙ୍କର ମନକୁ ଆକର୍ଷିତ କରିପାରିଥିଲେ ।

yuvodaya
Leave A Reply

Your email address will not be published.