ଭୀମଭୋଇ ଡାକ୍ତରଖାନା ପରିସରରେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କଲା ୮୪ ଘର ଅଘରିଆ ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଭୀମଭୋଇ ଡାକ୍ତରଖାନାର ରକ୍ତ ଭଣ୍ଡାର ପରିସରରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ସରସ୍ଵତୀ ପୂଜା ଉପଲକ୍ଷେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ ସମାଜର ଉପଦେଷ୍ଟା ମଣ୍ଡଳୀ, କେନ୍ଦ୍ର କାର୍ଯ୍ୟକର୍ତ୍ତା, ମଣ୍ଡଳ ସଭାପତି ଓ କର୍ମକର୍ତ୍ତା, ଗୁଡ଼ି ସଭାପତି ଓ କର୍ମକର୍ତ୍ତା ସମେତ ଯୁବାମଞ୍ଚ, କୃଷକ ମଞ୍ଚ, ନିର୍ମାଣ କମିଟି, ପୁସ୍ତକ କମିଟି, ଶିକ୍ଷା କମିଟି ସହ ଗ୍ରାମ୍ୟ କମିଟି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ । ଏହା ପୂର୍ବରୁ ମଧ୍ୟ ସମାଜ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୪୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଏକ ଇତିହାସ ସୃଷ୍ଟି କରିଥିଲେ ଅଘରିଆ ସମାଜ । ବର୍ତ୍ତମାନ ଟ୍ରଷ୍ଟର ମଙ୍ଗ ଧରିଛନ୍ତି ସଭାପତି ଶୁଭ୍ରାଂଶୁ ଶେଖର ପଟେଲ । ଖାଦ୍ୟ ବଣ୍ଟନରେ ମଲମଣ୍ଡ। ଯୁବବର୍ଗଙ୍କ ସମେତ ଅନେକ ଯୁବବନ୍ଧୁ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × four =