ବେଟି ବଚାଓ ବେଟି ପଢାଓ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ସମନ୍ୱିତ ସଭାଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା, ଯତ୍ନ, ଅଧିକାର, ବେଟି ବଚାଓ ବେଟି ପଢାଓ, ପୋସ୍କୋ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବ୍ଲକର ଅତିରିକ୍ତ ତହସିଲଦାର ମୁଖ୍ୟ ଅତିଥି ଭାବେ ଆଶିଷ ବାଗ ଯୋଗଦେଇ ଶିଶୁମାନଙ୍କ ପାଇଁ ଥିବା ଯୋଜନା ଉପରେ ମତବ୍ୟକ୍ତ କରିଥିଲେ । ଅତିଥି ଭାବେ ଲୋଇସିଂହା ବ୍ଲକର ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗାୟତ୍ରୀ ବାରିକ ବେଟି ବଚାଓ ବେଟି ପଢାଓ, ଝିଅ ବଞ୍ଚ।ନ୍ତୁ ଝିଅ ପଢନ୍ତୁ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ତରଫରୁ ଜିଲ୍ଲା ସଂଯୋଜକ ସନ୍ଧ୍ୟାରାଣୀ ପତି ଅଦ୍ଵିକା ଯୋଜନା ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି କନ୍ୟା ସନ୍ତାନର ମୂଲ୍ୟବୋଧ ବୃଦ୍ଧି ଏବଂ ଶିକ୍ଷା ସଶକ୍ତିକରଣ କରାଇବା, ପୋଷ୍ୟ ସନ୍ତାନ ଗ୍ରହଣ, କିଶୋର ନ୍ୟାୟ ଆଇନ, ପୁତ୍ର ସନ୍ତାନ ପ୍ରାଧ।ନ୍ୟ ଓ ଲିଙ୍ଗ ନିରୂପଣ ନିମିତ୍ତ ଥିବା ବିଧି, ପୋସ୍କୋ ଆଇନ୍ ଉପରେ ଜଣାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ କୁମାର୍ ଖୁଆସ ମଞ୍ଚ ପରିଚାଳନା କରି ଶିଶୁ ମାନଙ୍କର ସୁରକ୍ଷା, ଯତ୍ନ, ଲାଳନ ପାଳନ, କିଶୋର ନ୍ୟାୟ ଆଇନ, ପୋସ୍କୋ ଆଇନ୍ ଉପରେ ବୁଝାଇଥିଲେ ଓ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven + 1 =