csstore

ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତି ବିଭାଗ ତରଫରୁ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତି ବିଭାଗ ତୁରେକେଲା ତରଫରୁ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବମୋଟ ୧୫୬ ଗୋଟି ଏସ୍‌ଏଚ୍‌ଜି ମହିଳା ବୃନ୍ଦଙ୍କୁ ୪୭୧.୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଏସ୍‌ଏଚ୍‌ଜି ମହିଳା ବୃନ୍ଦଙ୍କୁ ଅର୍ଥ ପ୍ରଦାନ କରାଯାଇଛି । ଏହି ଅବସରରେ ସମ୍ମାନୀତ ମୁଖ୍ୟ ଅତିଥି ଭାବେ ବିଧାୟକ କଣ୍ଟାବାଞ୍ଜି ସନ୍ତୋଷ ସିଂ ସାଲୁଜା, ଅଧ୍ୟକ୍ଷା ଶ୍ରୀମତୀ ପୂଜା ବେହେରା, ୧୧ ନପ୍ସ. ଜୋନ ଜିଲ୍ଲା ପରିଷଦ କୋଶିକ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ସମିତି ସଭ୍ୟ ପ୍ରମୋଦ କୁମାର ମହାପାତ୍ର, ଚିଫ୍ ମେନେଜର ଏସ୍‌ବିଆଇ ପିକାନି ଯୋଖ ଓ ଅନ୍ୟାନ୍ୟ ବ୍ୟାଙ୍କ୍ ଅଧିକାରୀମାନେ ଇଣ୍ଡିଆନ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ଅଧିକାରୀ ଥାଇ ୮ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୪୧ ଲକ୍ଷ ଟଙ୍କାର ଚେକ୍ ଅତିଥିମାନଙ୍କ ସମ୍ମୁଖରେ ହାତରେ ଦିଆଯାଇଥିଲା । ଏହି ଅବସରରେ ମିଶନ ଶକ୍ତି ବିଭାଗର ନୀଳମାଧବ ସାହୁ, ବିଶ୍ବଜିତ ସାମଲ ଏବଂ ବିନୋଦ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.