jsm

ଜନ୍ମଦିନ ଅବସରରେ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ

csstore

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଗାମୀ ଯୁବକ ସଙ୍ଘ ପକ୍ଷରୁ ଆଜି ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରଟି ବରଗଡ଼ କଜୁରଟିକିରା ନିବାସୀ ଚିଣ୍ଟୁ ସ୍ୱାଇଁଙ୍କ ଜନ୍ମଦିନ ଅବସରରେ ସେ ନିଜେ ଏହି ଶିବିର ଆୟୋଜନ କରିଥିଲେ । ଯେଉଁଥିରେ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବରଗଡ଼ ପୌରାଦକ୍ଷ୍ୟା ଶ୍ରୀମତୀ କଳ୍ପନା ମାଝୀ ଏବଂ ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଶ୍ୱ ହିନ୍ଦୁ ଯୁବ ପରିଷଦ ସଭାପତି ଅମରନାଥ ଭୋଇ ଆସି ରକ୍ତଦାନ ଶିବିରଟିକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିବା ବେଳେ ଚିଣ୍ଟୁ ସ୍ୱାଇଁ ସମେତ ମୋଟ ୨୦ ଜଣ ଯୁବକ ରକ୍ତଦାନ କରିଥିଲେ । ତେବେ ରକ୍ତଦାନ ଶିବିର ପରିଚାଳନରେ ସଂକଳ୍ପ ପରିବାର ସମେତ ଅଭିଷେକ କର, ମଧୁସୂଦନ ବାଗ, ରାଜୁ ଦଳ, ପ୍ରିୟୋଜିତ ଦାସ, ସମୀର ଦଳେଇ ପ୍ରମୁଖ ସହଯୋଗ କରିଥିଲେ । ବର୍ତ୍ତମାନ ଗ୍ରୀଷ୍ମ କାଳରେ ସମସ୍ତ ରକ୍ତଭଣ୍ଡାର ମାନଙ୍କରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ବେଳେ ନିଜ ଜନ୍ମ ଦିନରେ ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ଅଭାବକୁ ଦୂର କରିବା ଭଳି ମହତ ଚିନ୍ତାଧାରା ରଖିଥିବାରୁ ଚିଣ୍ଟୁ ସ୍ୱାଇଁଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି ।

yuvodaya
Leave A Reply

Your email address will not be published.