pakka

ନିଶା ନିବାରଣ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶା ନିବାରଣ ଦିବସ ପାଳନ ଉପଲକ୍ଷେ ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଖାଡିଆପଡାଠାରେ ଏକ ସଚେତନତା ସଭା ଅୟୋଜିତ ହୋଇଯାଇଛି । ଏଥିରେ ସଂଘର ସମ୍ପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନକ୍ରମେ ପଡାର ବାଟୁ ଖାଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଖାଡିଆପଡାର ୮୦ ପ୍ରତିଶତ ଲୋକ ରାଜମିସ୍ତ୍ରୀ କାମ କରି ଗୁଜୁରାଣ ମେଟାନ୍ତି । କିନ୍ତୁ ସପ୍ତାହର ପାଉଣା ଶନିବାର ଦିନ ପାଇ ସେମାନେ ନିଶା ଖାଇ ଘରକୁ ଫେରୁଥିଲେ । ସଂଘର ସହଯୋଗରେ ସେହି ପଡାରେ ରହୁଥିବା ଶିକ୍ଷକ ନିରାକାର ସାଏଙ୍କ ନେତୃତ୍ୱରେ ଏକ ସଂକିର୍ତ୍ତନ ମଣ୍ଡଳୀ ଗଠନ କରି ଲୋକଙ୍କୁ ନିଶା ଖାଇବାରୁ ନିବୃତ କରାଯାଉଥିଲା । ଦୀର୍ଘ ଦିନ ହେଲା ସେହି ପଡାକୁ ନିଶାମୁକ୍ତ କରିବାକୁ ପ୍ରଚେଷ୍ଟା ଚାଲିଛି । ତେଣୁ ନିଶା ନିବାରଣ ଦିବସ ଉପଲକ୍ଷେ ସମସ୍ତଙ୍କୁ ନିଶାର କୁ-ପ୍ରଭାବ ଏବଂ ପରିବାର କିପରି ଧ୍ୱଂସ ହୁଏ ସେହି ବିଷୟରେ ସଂଘର ସଂଯୋଜକ ଅଶୋକ କୁମାର ମେହେର ଉପସ୍ଥିତ ଗ୍ରାମବାସୀଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଗ୍ରାମବାସୀ ଯୋଗଦାନ କରିଥିବା ବେଳେ ସଂଘର ସଭାପତି ଡ. ପ୍ରମୋଦ କୁମାର ମିଶ୍ର, ସଦସ୍ୟ ବିରଞ୍ଚି ନାଏକ, ରମେଶ ଚନ୍ଦ୍ର ନାଏକ ଆଦି ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ସଂପାଦକ ଇଂ.ନାରାୟଣ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ନିଶାର କୁପ୍ରଭାବ ଉପରେ ବର୍ଷ ସାରା ବିଭିନ୍ନ ଜାଗାରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଶେଷରେ ଖେଳ ସଂଯୋଜକ ସୁନିଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

12 + 1 =

error: Content is protected !!