pakka

+୨ ବାଣିଜ୍ୟରେ ଜେଏସ୍‌ଏମ୍‌ କଲେଜର ସଂପୂର୍ଣ୍ଣ ସଫଳତା ହାସଲ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେଏସ୍‌ଏମ୍ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ଏକ ସୁନାମଧନ୍ୟ କଲେଜ ଭାବରେ ଜଣାଶୁଣା । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି +୨ ବାଣିଜ୍ୟ ୨୦୨୩ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଲେଜର ଛାତ୍ର ବାଦଳ ଜୈନ ୯୧% ରଖି କଲେଜ ଟପ୍ପର ହୋଇଛନ୍ତି । ପୁଣି ଭବିଷ୍ୟତରେ ଏକ ଉତ୍ତମ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ପୁଣି ପିଲାମାନଙ୍କର ପରିଶ୍ରମର ଉତ୍ତମ ଫଳାଫଳ ଆସିଥିବାରୁ ପିଲାମାନଙ୍କର ପିତାମାତା ଖୁସିବ୍ୟକ୍ତ କରିଛନ୍ତି । ଏହି ଅବସରରେ କଲେଜର ଅଧ୍ୟକ୍ଷ ସିଏ. ଶ୍ରୀକାନ୍ତ ଶର୍ମା ଓ ପ୍ରଧାନ ଶିକ୍ଷୟିତ୍ରୀ ଚେତନା ଅଗ୍ରୱାଲ ଖୁସି ପ୍ରକାଶ କରି ପିଲାମାନଙ୍କର ଭବିଷ୍ୟତ ନିମନ୍ତେ ଶୁଭକାମନା କରିଛନ୍ତି ।

jay balangir
Leave A Reply

Your email address will not be published.

2 + six =

error: Content is protected !!