pakka

ଭାଲୁମୁଣ୍ଡା ମହାବିଦ୍ୟାଳୟର କନିଷ୍ଠ କିରାଣୀ ନିଖୋଜ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ପ୍ରସନ୍ନପାଳ ମହାବିଦ୍ୟାଳୟର କନିଷ୍ଠ କିରାଣୀ ତଥା ବଙ୍ଗୋମୁଣ୍ଡା ଆମ୍ବେଦକର ନଗର ନିବାସୀ ଶିକ୍ଷୟତ୍ରୀ ସବିତା କୁମ୍ଭାରଙ୍କ ଝିଅ ଏସ୍‌. ମୌସୁମୀ ମନୋଜିତା କୁମ୍ଭାର ନିଖୋଜ ହୋଇଯାଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିରଠାରେ ହେଉଥିବା ଏକ ବିବାହରେ ଯୋଗଦେବାକୁ ଗତ ୨୯ ତାରିଖରେ ସେ ଯାଇଥିଲେ । ହେଲେ ସେ ଆଉ ଘରକୁ ଫେରି ନାହାନ୍ତି । ସେବେ ଠାରୁ ତାଙ୍କର ମୋବାଇଲ ସ୍ୱିଚ୍‌ ଅଫ୍‌ ଥିବା ଯୋଗୁଁ ପରିବାର ଲୋକେ ସମ୍ପର୍କ ମଧ୍ୟ କରି ପାରୁନାହାନ୍ତି । ପରିବାର ଲୋକେ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବଙ୍କ ଠାରେ ମଧ୍ୟ ଯୋଗାଯୋଗ କରିଥିବା ବେଳେ ତାଙ୍କର ଖୋଜ ଖବର ମିଳିପାରିନାହିଁ । ବଙ୍ଗୋମୁଣ୍ଡା ଥାନାରେ ତାଙ୍କ ମାଆ ସବିତା କୁମ୍ଭାର ଲିଖିତ ଏତଲା ଦେଇଛନ୍ତି । ଏ ନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ନିଖୋଜ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

16 − ten =

error: Content is protected !!