csstore

ଡ଼ା.ଅନୁପ କୁମାର ନାଏକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାରଦେଶ୍ଵରୀ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ତଥା ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟାପକ ଡ଼ା. ଅନୁପ କୁମାର ନାଏକଙ୍କୁ ଗତକାଲି ଉଭୟ ଅନୁଷ୍ଠାନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାରଦେଶ୍ୱରୀ ମହାବିଦ୍ୟାଳୟର ଡେପୁଟି ସୁପରିଟେନଡେଣ୍ଟ ପ୍ରଫେସର ଡ଼ା.ଅରୁଣ କୁମାର ଦାସ, ପ୍ରଫେସର ଡ଼ା.ମନୋଜ କୁମାର ସାହୁ, ପ୍ରଫେସର ଡ଼ା.ଶିବବ୍ରତ ବେହେରା, ଡ଼ା. ପ୍ରସନ୍ନ କୁମାର ମିଶ୍ର, ଡ଼ା.ସୁଜାତା ନନ୍ଦ, ବରିଷ୍ଠ କିରାଣୀ ନବକିଶୋର ମାଝୀ, ଗଦାଧର ମହାପାତ୍ର ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସମସ୍ତେ ଡ଼ା. ନାଏକଙ୍କ ଚାକିରି ଜୀବନର ସ୍ମୃତିଚାରଣ କରିଥିଲେ । ତତ୍‌ ସହିତ ତାଙ୍କ ଆଗାମୀ ଜୀବନ ସୁଖମୟ ହେବା ସହ ଦୀର୍ଘାୟୁ କାମନା କରିଥିଲେ ।

jayashree
Leave A Reply

Your email address will not be published.