pakka

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅଲେଖ ମାଳି ଗଞ୍ଜାମ ମହାବିଦ୍ୟାଳୟର ଟପ୍ପର

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ୬୦୦ରୁ ୫୦୬ ମାର୍କ ରଖି ଅଖିଳ ମାଳି କଲେଜ ଟପ୍ପର ହୋଇଛନ୍ତି । ଏହି ସଫଳତା ପାଇଁ ନିଜ ବାପା ମା’ ଓ ଗଞ୍ଜାମ ସହରରେ ରହିଥିବା ଅଗ୍ରଣୀ କୋଚିଂ ସେଣ୍ଟର୍‌ ଏସ୍‌ଏମ୍‌ ଟ୍ୟୁଟୋରିଆଲର ଡାଇରେକ୍ଟର ତଥା ଇଞ୍ଜିନିଅର ଗଜେନ୍ଦ୍ର କୁମାର ତରାଇ ଏବଂ ପରିଚାଳକ ଶବର ତରାଇଙ୍କୁ ଏହି ଶ୍ରେୟ ଦେଇଛନ୍ତି ଟପ୍ପର ଛାତ୍ର ଅଲେଖ । ତତ୍‌ ସଙ୍ଗେ ସଙ୍ଗେ ସେ ଦିନକୁ ୬ରୁ ୭ ଘଣ୍ଟା ପରିଶ୍ରମ କରିବାରୁ ସେ ଏହି ସଫଳତା ପାଇଥିବା କହିଛନ୍ତି । ସେ ମାଳିଜଗନ୍ନାଥପୁର ଗ୍ରାମର ମିଟର ରିଡର ମହେଶ୍ୱର ମାଳିଙ୍କ ପୁଅ ଅଟନ୍ତି । ଭବିଷ୍ୟତରେ ସେ ଡାକ୍ତର ହୋଇ ଲୋକଙ୍କ ସେବା କରି ବାପା ମା’ଙ୍କ ଲକ୍ଷ୍ୟ ପୂରଣ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଲେଖ । ଏଥିସହ ଚଳିତ ବର୍ଷ ପରୀକ୍ଷାରେ ଏସ୍‌ଏମ୍‌ କୋଚିଂ ସେଣ୍ଟର୍‌ରେ ପଢୁଥିବା ଛାତ୍ରଛାତ୍ରୀ ଚେନାଇ ରେଡ଼ି ୪୭୪ ମାର୍କ, ସୁମନ ମଣ୍ଡଳ ୪୪୯ ମାର୍କ, ଗୋପାଳ କୃଷ୍ଣ ପଣ୍ଡା ୪୧୬ ମାର୍କ, ଆୟୁଷ୍ମାନ ସେଠୀ ୪୧୫ ମାର୍କ, ସନ୍ଧ୍ୟାରାଣୀ ସାହୁ ୩୯୪ ମାର୍କ, କାଜଲ ସ୍ୱାଇଁ ୩୯୪ ମାର୍କ, ଶୁଭାଶିଷ ପାଢ଼ୀ ୩୯୦ ମାର୍କ, ଟୁକୁନା ରେଡ଼ି ୩୮୭ ମାର୍କ, ଲିଲି ବେହେରା ୩୮୦ ମାର୍କ, ପୂଜା ମହାରଣା ୩୭୬ ମାର୍କ, ଡିମ୍‌ପଲ ମାଝୀ ୩୬୭ ମାର୍କ ଏବଂ ଲିପ୍ସା ରେଡ଼ି ୩୬୦ ମାର୍କ ରଖି ପ୍ରଥମ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

13 + 3 =

error: Content is protected !!