ବାପ ଘରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାମାକ୍ଷାନଗର : ବାପ ଘରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାତ ଥାନା ରୂପାବେଡ଼ା ଗାଁର ମୁନି ପି ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ, ମୁନି ରୂପାବେଡ଼ା ଥାନା ଅନ୍ତର୍ଗତ ଗୋବରି ଗାଁର ତ୍ରିଲୋଚନ ଗାଗାରାଇଙ୍କୁ ପ୍ରାୟ ଦେଢବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବାହାଘରର ୬ ମାସ ଶ୍ୱଶୁର ଘରେ ରହିବା ପରେ ବାପଘରକୁ ପଳାଇ ଆସିଥିଲେ । ସେହିଦିନଠାରୁ ପ୍ରାୟ ୧ ବର୍ଷ ହେବ ବାପ ଘରେ ରହିଆସୁଛନ୍ତି । କିନ୍ତୁ ସୋମବାର ସକାଳେ ଘର ପଛପଟ ମହୁଲ ଗଛରେ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ ଗ୍ରାମବାସୀ । ସେପଟେ ଖବରପାଇ କଙ୍କଡାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଏହା ସହ ଗଛ ନିକଟରୁ ମୁନିଙ୍କ ମୋବଇଲ ମଧ୍ୟ ଜବତ କରି ଅଧିକ ପଚରାଉଚୁରା ଚଳାଇଛି । କିନ୍ତୁ ଏବେ ଯାଏଁ ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

one × 5 =