pakka

ଇଟା ଭାଟିରୁ ମହିଳାଙ୍କ ମୃତଦେହ ଉଦ୍ଧାର

bbehera

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅମ୍ଭଠା ଗାଁ ନିକଟରେ ଥିବା ଇଟା ଭାଟିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତକ ମହିଳା ଜଣକ ପାଟପୁର ଥାନା ପଳାଶପୁର ଗ୍ରାମର ୧୯ ବର୍ଷୀୟ ସୁଲତା ଦାସ । ସୂଚନା ଅନୁସାରେ ଇଟା ଭାଟିରେ ପଳାସପୁର ଗାଁର ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ସୁଲତା କାମ କରୁଥିଲେ । କିନ୍ତୁ, କେଉଁ କାରଣରୁ ସୁଲତାଙ୍କ ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ଥିବାବେଳେ ଜ୍ୱାଇଁ ଝିଅକୁ ମାରିଦେଇଥିବା ସୁଲତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାପରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆଗେଇଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ସ୍ୱାମୀ ରଞ୍ଜନକୁ ଥାନାରେ ଅଟକ ରଖାଯାଇଛି ।

jay balangir
Leave A Reply

Your email address will not be published.

4 × one =