pakka

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ

bbehera

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ଵର ଜାତୀୟ ରାଜପଥ ଗଡନୃସିଂହପ୍ରସାଦ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ବୃଦ୍ଧଙ୍କ ମୃତ୍ରୁ ହୋଇଥିବା ଜଣାପଡିଛି । ବୃଦ୍ଧ ଜଣକ ବାସୁଦେଇପୁର ଗ୍ରାମର ରମେଶ ଭୂୟାଁ (୬୨) ବୋଲି ଜଣାପଡିଛି । ସୂଚନାନୁଯାୟୀ, ରମେଶ ଭୂୟାଁ ସକାଳୁ ତାଙ୍କ ଘରୁ ସାଇକେଲରେ ଦୋକାନକୁ ଆସୁଥିବା ବେଳେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ରମେଶଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଫେରାର୍ ହୋଇଯାଇଛି । ରମେଶ ଜଣେ ଖଟିଖିଆ ଗରିବ ଶ୍ରେଣୀର ହୋଇଥିବା ବେଳେ ସ୍ତ୍ରୀ, ଜଣେ ଭିନ୍ନକ୍ଷମ ପୁଅ ଓ ଝିଅକୁ ନେଇ ତାଙ୍କର ପରିବାର । ତେବେ ରମେଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

5 × five =

error: Content is protected !!