pr

ବଲାଙ୍ଗିର ଜିଲ୍ଲା ଏମ୍‌ବିଏମ୍‌ଏମ୍‌ର ସାଂଗଠନିକ ବୈଠକ : ସରୋଜ କୁମାର ମେଶ୍ଵା ଜିଲ୍ଲା ସଭାପତି ମନୋନୀତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଲନିବାସୀ ବହୁଜନ ମିଳିତ ମହାସଂଘ (ଏମ୍‌ବିଏମ୍‌ଏମ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ସୋମବାର ଦିନ ସ୍ଥାନୀୟ ସୁଦପଡାସ୍ଥିତ ଢୋଲମୁହୁରୀ କଳା ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ମହାସଂଘର ସଭାପତି ତରଣୀସେନ ଦିପ ସଭାପତିତ୍ୱ କରିଥିଲେ । ବୈଠକରେ ସଂଗଠନର ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଥିଲା। ଆଗାମୀ କାର୍ଯ୍ୟକ୍ରମର ସୂଚାରୁ ପରିଚାଳନା ପାଇଁ ଯୁବ ସଂଗଠକ ସରୋଜ କୁମାର ମେଶ୍ଵାଙ୍କୁ ସର୍ବସମ୍ମତିକ୍ରମେ ନୂତନ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇ ତାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ଆଶାବ୍ୟକ୍ତ କରିଛନ୍ତି ଯେ, ଶ୍ରୀ ମେଶ୍ଵାଙ୍କ ନେତୃତ୍ୱରେ ଜିଲ୍ଲାରେ ଆମ୍ବେଦକର ବିଚାରଧାରା ଓ ସଂଗଠନ ଆହୁରି ଦୃଢ଼ ହେବ । ବୈଠକରେ ଦଣ୍ଡୁଆ କୁମ୍ଭାର, ଭୁବନ ନାଗ, ମଙ୍ଗଳୁ ତାଣ୍ଡି, ସୁନୀଲ ନନ୍ଦ, ନବସେତୁ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ, ଆର୍ତ୍ତ ବାଗ, ଜ୍ୟୋତିଷ ମୁଗ୍ରି, ତିଳକ ଛତ୍ରିଆ, ଐବନ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ । ଶେଷରେ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nrusinghnath
Leave A Reply

Your email address will not be published.