csstore

କ୍ଷତ୍ରୀୟ ପାଇକ ସମାଜର ନବନିର୍ମିତ ଗୃହ ଉଦ୍‌ଘାଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡାରେ ନବନିର୍ମିତ କ୍ଷତ୍ରୀୟ ପାଇକ ସମାଜର ଗୃହ ଉଦ୍‌ଘାଟନ ହେଇଯାଇଛି । ମୁଖ୍ୟ ଅତିଥି ଭାବେ ଧନେଶ୍ଵର ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, କ୍ଷତ୍ରୀୟ ପାଇକ ସମାଜର କୁଳପତି ପ୍ରଦୀପ କୁମାର ଘଡ଼ାଇ, ବାସୁଦେବ ପ୍ରଧାନୀ, ଡମ୍ବରୁଧର ଧଙ୍ଗଡା ମାଝୀ, ସୁଦାମ ଦୁବେ, ବନମାଳୀ ଦଣ୍ଡିଆ, ଜଗଦାନନ୍ଦ ପୁଝାରୀ, ଭୈରବ ନାଏକ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ପରେ ଶ୍ରୀ ରାମ କଲ୍ୟାଣ ମଣ୍ଡପରେ ସମାଜର କୁଳପତି ପ୍ରଦୀପ କୁମାର ଘଡ଼ାଇଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହେଇଥିଲା । ସନ୍ତୋଷ କୁମାର ଦୁବେ ଓ ଶ୍ରୀପତି ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଲିପ୍ସାମୟୀ ଦୁବେ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସମାଜର ସଦସ୍ୟମାନେ ସହଯୋଗ କରିଥିଲେ।

jayashree
Leave A Reply

Your email address will not be published.