ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର : ସୋମବାର ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଆଇସିସି ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ରାଜ୍ୟ କଂଗ୍ରେସ ତାର ଦମ ଦେଖାଇବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ।

ଖବର ଅନୁଯାୟୀ, ସୋମବାର ଦିନ ୧୧ଟା ୪୫ରେ ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବେ ଖଡ଼ଗେ । ସେଠାରୁ ୫ହଜାର ବାଇକ୍ ରାଲିରେ ଆସି କଂଗ୍ରେସ ଭବନରେ ପହଞ୍ଚିବେ । ଏହାପରେ ସେଠାରୁ ବିରାଟ ଶୋଭାଯାତ୍ରାରେ ଆସିବେ ଲୋୟର ପିଏମ୍‌ଜିରେ ଆୟୋଜିତ ସଭାସ୍ଥଳକୁ । ଓଡିଶା ବଞ୍ଚାଅ ସମାବେଶ ଆୟୋଜନ କରିଛି କଂଗ୍ରେସ । ଯେଉଁଥିରେ ହଜାର ହଜାର କର୍ମୀ ସାମିଲ ହେବା ନେଇ ଲକ୍ଷ୍ୟ ରଖିଛି ଦଳ ।

ସେହିପରି ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଖଡ଼ଗେ ଆଲୋଚନା କରିବେ। ସେହିପରି ଇଣ୍ଡିଆ ମେଣ୍ଟର ସଦସ୍ୟ ଥିବା ଦଳର ନେତାମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ । ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପ୍ରସ୍ତୁତି ମଧ୍ୟ ତଦାରଖ କରିବେ ।

Leave A Reply

Your email address will not be published.

fourteen + 17 =