jsm

ସମସ୍ତ ଦଣ୍ଡ କାଳୀ ପୀଠ ମାନଙ୍କରେ କାଳୀ ପୂଜା ସମାପନ

csstore

କଳାହାଣ୍ଡି (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ସମସ୍ତ କାମନା ଦଣ୍ଡ କାଳୀ ପୀଠମାନଙ୍କରେ ଯଥା ରୀତିନୀତିରେ କାଳୀ ପୂଜା ସମାପନ ହୋଇଯାଇଛି । ଦୁଇ ବର୍ଷ ହେଲା ମହାମାରୀ କୋରୋନା କଟକଣା ଯୋଗୁଁ ନିରାଡମ୍ବରରେ ବିଧି ପାଳନ ହୋଇଥିଲା । ଚଳିତ ବର୍ଷ ମା’ କାଳୀଙ୍କ ତେର ଦିନାତ୍ମକ ଦଣ୍ଡଯାତ୍ରା ବା ଝାମୁଯାତ୍ରା ମହାସମାରୋହରେ ପାଳିତ ହେଉଛି । ସବୁ ଦଣ୍ଡ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରଚୁର ଭିଡ଼ ଦେଖିବାକୁ ମିଳିଛି । ତେର ଦିନ ଝାମୁଯାତ୍ରା ସାରି ବିଷୁବ ପଣା ସକ୍ରାନ୍ତିରେ ହର ଗୌରୀଙ୍କୁ ନେଇ ଶିବ ମନ୍ଦିରରେ ସମର୍ପଣ କରି ପଣା ଭୋଗ ଲଗେଇ ନିଜ ନିଜ ଦଣ୍ଡ ପୀଠକୁ ଫେରିଥାନ୍ତି ଓ ସଂକ୍ରାନ୍ତି ପର ଦିନ ତେର ଭୁକ୍ତା ଓ ଦଣ୍ଡ କମିଟି ସହାୟତାରେ ମା’ କାଳୀଙ୍କ ପୂଜା ମହାସମାରୋରେ ରୀତିନୀତି ଅନୁସାରେ ନିଜ ନିଜ ଦଣ୍ଡ ପୀଠମାନଙ୍କରେ ପାଳନ ହୋଇଥିଲା । ସ୍ଥାନୀୟ ଓ ବହୁ ଦୁରାନ୍ତରୁ ଶ୍ରଦ୍ଧାଳୁ ଓ ମାନସିକ ଧାରି ମାନେ ମା’ ଦଣ୍ଡକାଳୀଙ୍କ ଦର୍ଶନ ଓ ମନବଆଞ୍ଛା ପୂରଣ ପାଇଁ ଆସିଥାନ୍ତି । ଗୁହାରିଆ ପଡିଥାନ୍ତି ଓ ମା’ କାଳୀ ସମସ୍ତଙ୍କ ଦୁଃଖ ବୁଝିବା ସହିତ ମନବାଞ୍ଛା ପୂରଣ କରନ୍ତି । କାମନା ଦଣ୍ଡର ଅନ୍ତିମ ଯାତ୍ରା ହୋଇଛି କାଳୀ ପୂଜା । ଏହି ପୂଜା ସାରି ପ୍ରସାଦ ଖାଇ ସାରି ସମସ୍ତ ବ୍ରତ ଧାରୀ ଓ ତେର ଭୁକ୍ତା ନିଜ ନିଜ ଘରକୁ ଯାଇଥାନ୍ତି । ଏହି ପୂଜା ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବହୁଳ ଭାବେ ହୋଇଥାଏ । କଳାହାଣ୍ଡି ଜିଲ୍ଲାର କେବଳ ମ.ରାମପୁର ବ୍ଲକରେ ଯଥା ରାମପୁର ତାଳସାଗରପଡ଼ା, ଶୁଣ୍ଢି ପଡ଼ା, ବୁରାଟ, ପଣ୍ଡକାମ।ଲ କଲୋନୀ ପଡ଼ା, ଉଳୁରୁପି, ବାମକ, ମଦନପୁର, ସିର୍କିହେଜୁରେ ଚଳିତ ବର୍ଷ କାମନା ଦଣ୍ଡ ବା ଝାମୁଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଯାଇଛି ବୋଲି କାମନା ଦଣ୍ଡ ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଯୋଗାଯୋଗ କରି ସୂଚନା ଦେଇଛନ୍ତି । ସମସ୍ତ ଗ୍ରାମବାସୀ, ବ୍ରତୀ ଓ ଦଣ୍ଡ କମିଟି ସକ୍ରିୟ ସହଯୋଗ କରିଥିବାରୁ ସମସ୍ତ ଦଣ୍ଡ ଦଳ ଓ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.