csstore

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ବଲାଙ୍ଗିର ଗସ୍ତ କରି ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ସହ ପ୍ରକଳ୍ପଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରୀପାଠୀ ବଲାଙ୍ଗିର ଗସ୍ତ କରି ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ସହ ପ୍ରକଳ୍ପଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ତ୍ରିପାଠୀ ପ୍ରଥମେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ କ୍ୟାମ୍ପସରେ ଷ୍ଟାଡିୟମ କମ୍ପ୍ଲେକ୍ସ ପାଇଁ ୨ କୋଟିର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଗାନ୍ଧୀ ଷ୍ଟାଡିୟମରେ ନୂତନ ଗ୍ୟାଲେରୀ ପାଇଁ (୨.୪କୋଟି)ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପରେ ନିକଟସ୍ଥ ସରକାରୀ ଆଟିଆଇ ଏବଂ ଷ୍ଟେଟ୍‌ ଇନ୍‌ଷ୍‌ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟକୁ ପରିଦର୍ଶନ କରିଥିଲେ ଏବଂ ସେଠାକାର ଛାତ୍ରଛାତ୍ରୀମାନଙ୍କ ସହିତ କଥାବାର୍ତ୍ତା କରିଥିବା ନେଇ ସୂଚନାରେ କୁହାଯାଇଛି ।

jayashree
Leave A Reply

Your email address will not be published.