om academy

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଅନ୍ତପାଲି ଗ୍ରାମରେ ଜନ ଶୁଣାଣି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଲୋଇସିଂହ। ବ୍ଲକର ରେଙ୍ଗାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଅନ୍ତପାଲି ଗ୍ରାମଠାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ଅତିରିକ୍ତ ଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମହାପାତ୍ର, ବଲାଙ୍ଗିର ଉପଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସ୍ଵତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ଲୋଇସିଂହା ତହସିଲଦାର ସଙ୍ଘମିତ୍ରା କାଲୋ, ବିଡିଓ ଆକାଶ ରଞ୍ଜନ ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୋଫାନ ବାଗ, ଜୋନ ଅଫିସର ଶୁଶୀଳ କୁମାର କୁଅଁର, ମନୋଜ ପାଣିଗ୍ରାହୀ, ସଂକର୍ଷଣ ପଧାନ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଅନ୍ତପାଲି ଗ୍ରାମର ଚିହ୍ନଟ ହୋଇଥିବା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଗ୍ରାମବାସୀ ତଥା ଅନ୍ୟ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ । ଜମି ଅଧିଗ୍ରହଣ, କ୍ଷତି ପୂରଣ ରାଶି ପ୍ରଦାନ ଇତ୍ୟାଦି ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଗ୍ରାମବାସୀଙ୍କୁ ସବିଶେଷ ବୁଝାଇଥିଲେ । ଜନ ଶୁଣାଣିରେ ଗ୍ରାମବାସୀମାନେ ସେମାନଙ୍କର ବ୍ୟକ୍ତିଗତ ତଥା ସାମୁହିକ ଆପତ୍ତି ଅଭିଯୋଗ ଦାଖଲ କରିଥିଲେ । ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରିବା ସହ ଆଇନ ଅନୁସାରେ ତର୍ଜମା କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଗ୍ରାମବାସୀ ମାନେ ଉପସ୍ଥାପନ କରିଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଆଇନ ସମ୍ମତ ଦାବୀ ନିଶ୍ଚିତ ଭାବରେ ପୂରଣ କରାଯିବ ଏବଂ ତତ ସଙ୍ଗେ ସଙ୍ଗେ ଆଲୋଚନା ମାଧ୍ୟମରେ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରାଯାଇପାରିବ ବୋଲି ଗ୍ରାମବାସୀମାନଙ୍କୁ ବୁଝାଇ ଥିଲେ । ସର୍ଭେ ଓ ଜନ ଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରି ଯଥାଶୀଘ୍ର ନିଜ ନିଜର ନ୍ୟାୟୋଚିତ ପ୍ରାପ୍ୟ ଗ୍ରହଣ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଗ୍ରାମର ଅନ୍ୟାନ୍ୟ ସଦସ୍ୟ ଘାସିରାମ ରାଜପୁତ, ଅଜିତ ରାଜପୁତ, ଜଗଦୁ ଚ୍ଛତ୍ରିଆ, ଶିପତି କଲେତ, ହେମନ୍ତ ରାଜପୁତ ପ୍ରମୁଖ ଜନ ଶୁଣାଣି ପରିଚାଳନାରେ ସାହାଯ୍ୟ କରିଥିଲେ । ପରିଶେଷରେ ଅନ୍ତପାଲିର କୃଷ୍ଣଚନ୍ଦ୍ର ରାଜପୁତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

nine + twelve =