pr

ସିମେଲପଦର ନିକଟସ୍ଥ ଚାଷ ଜମିରୁ ହାତୀ ଛୁଆ ଗୁରୁତର ଘଟଣା : ବନ ବିଭାଗ ଓ ପ୍ରାଣୀ ବିଭାଗ ପକ୍ଷରୁ ପ୍ରୟାସ ଜାରି, ୩୦ ଘଣ୍ଟା ପରେ ହାତୀଛୁଆ ସୁସ୍ଥ ହୋଇ ଜଙ୍ଗଲକୁ ଗଲା

dr. purohit

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ପାହାଡପଦର ପଞ୍ଚାୟତର ସିମେଲପଦର ଗାଁ ନିକଟରେ ଥିବା ଧାନ ଚାଷ ଜମିରେ ଗୁରୁବାରଠାରୁ ଏକ ଢେଡ଼ ବର୍ଷର ମାଈ ହାତୀ ଛୁଆ ଚାଷ ଜମି କାଦୁଅରେ ପଡି ଗୁରୁତର ହୋଇଥିଲା । ଖବର ପାଇ ବନ ବିଭାଗ ଓ ପ୍ରାଣୀ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଦୁଇ ଦିନ ଧରି ଉଧାର କାର୍ଯ୍ୟ ଜାରି ରଖିଥିଲେ । ଆଜି ପ୍ରାୟ ୩୦ ଘଣ୍ଟା ପରେ ହାତୀ ଚୁଆଟି ସୁସ୍ଥ ହୋଇ ଜଙ୍ଗଲକୁ ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । କିଛି ଦିନ ହେଲା ବ୍ଲକ ଅଞ୍ଚଳରେ ହାତୀପଲ ରହି ଘର ଦ୍ବାରା ଓ ଫସଲ ନଷ୍ଟ କରୁଥିବା ବେଳେ ଗତ ବୁଧବାର ରାତିରେ ହାତୀପଲ ସହିତ ଏହି ଛୁଆଟି ଆସି ଚାଷ ଜମି କାଦୁଅରେ ପଡି ଉଠିନପାରି ଗୁରୁତର ଅବସ୍ଥାରେ ପଡି ରହିଥିଲା । ଗୁରୁବାର ଭୋର ସକାଳେ ସିମେଲପଦର ଗାଁ ନିକଟରେ ଥିବା ଜମିରେ ହାତୀ ଛୁଆଟିକୁ ଦେଖି ସିମେଲଭଟା ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ।ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀ, ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ସମେତ ବନବିଭାଗ କର୍ମଚାରୀ ଓ ପ୍ରାଣୀ ବିଭାଗ ପକ୍ଷରୁ ଲାଞ୍ଜିଗଡ ଭିଏସ ଜୋସ୍ନାରାଣୀ ସିଂ, ଏଭିଏସ୍‌ ବିଶ୍ଵଜିତ ମିଶ୍ର, ଏଲ୍‌ଟି ମହେନ୍ଦ୍ର କୁମାର ସାହୁ ଓ ଶୀମାଞ୍ଚଳ ଗୌଡ଼, ଏଟିଟିଡି କ୍ଷୀତିଶ କୁମାର ରାଉତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଗୁରୁବାର ହାତୀ ଛୁଆଟି ଗୁରୁତର ଅବସ୍ଥାରେ ରହିଥିବା ବେଳେ ଆଜି ହାତୀଛୁଆର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ବୋଲି ଲାଞ୍ଜିଗଡ ଭିଏସ ଜୋସ୍ନା ସିଂ ପ୍ରକାଶ କରିଥିଲେ । ଘଟଣା ସ୍ଥଳରେ ବିଶ୍ୱନାଥ ପୁର ରେଞ୍ଜର ନାରୋତ୍ତମ ମାଝୀ, ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ସମେତ ବନବିଭାଗ କର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ହାତୀ ଛୁଆର ଉଧାର କାର୍ଯ୍ୟ ଜାରି ରହିଛି । ଆଜି ଦିନ ୧୧ ଘଣ୍ଟା ସମୟରେ ବନ ବିଭାଗ ଓ ପ୍ରଣୀ ବିଭାଗ ଉଦ୍ୟମ କ୍ରମେ ହାତୀ ଛୁଆଟି ସୁସ୍ଥ ହୋଇ ପ୍ରାୟ ୩୦ ଘଣ୍ଟା ପରେ ଜଙ୍ଗଲକୁ ଯାଇଥିବା ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀ ପ୍ରକାଶ କରିଛନ୍ତି ।

nrusinghnath
Leave A Reply

Your email address will not be published.