pakka

ବାଇକ୍ ଦୁର୍ଘଟଣା : ୧ ଗୁରୁତର

bbehera

କୋକସରା : କୋକସରା ଥାନା ଡଙ୍ଗରୀଗୁଡ଼ା ବୁଲାଣିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକ ଗୁରୁତର ଥିବା ଜଣା ପଡିଛି । ଗୁରୁତର ଜଣକ ହେଲେ ଗୌଡ଼ଛେଣ୍ଡିଆ ଗ୍ରାମର ଧବଳେଶ୍ଵର ବାରିକ । ଧବଳେଶ୍ଵର ଜୟପୁରରୁ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବାବେଳେ ଉକ୍ତ ସ୍ଥାନରେ ଥିବା ଡିଭାଇଡରରେ ପିଟିହୋଇ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ତାରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ସିଏଚ୍‌ସିକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି । ତେବେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

10 − nine =

error: Content is protected !!