ଘଣ୍ଟାପଡା ଛକକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲେ ସରପଞ୍ଚ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡା ବଜାର ଛକରେ ୭ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଘଣ୍ଟାପଡା ସବପଞ୍ଚ ଜିତେନ୍ଦ୍ର କୁମାର ଦେହୁରୀ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଓ ସଚେତନତା କରିବା ପାଇଁ ୨୫ ସେପ୍ଟେମ୍ବର ସକାଳ ୭ଟା ସମୟରୁ ୨୮.୯-୨୦୨୦ରିଖ ୭ଟା ସମୟ ଯାଏ ୭୨ଘଣ୍ଟା ପର୍ୟ୍ୟନ୍ତ ଘଣ୍ଟାପଡା ବଜାର ଛକ ଠାରୁ ହସପିଟାଲ ଛକ ପର୍ୟ୍ୟନ୍ତ ପ୍ରଭାବ ନିରୋଧ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି । ଏହି ସମୟରେ ଜରୁରୀ ସେବା ବ୍ୟତିତ ଅନ୍ୟ ସମସ୍ତ ଦୋକାନ, ବଜାର ଓ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ଏହି ସମୟରେ ବିନା କାରଣରେ କେହି ବାହାରକୁ ନ ବାହାରିବାକୁ ଅନୁରୋଧ କରିବା ସହ ଏକତ୍ରିତ ନରହି ନିଜେ ସୁସ୍ଥ ରହିବା ଓ ଅନ୍ୟମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବାକୁ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.