ଦୁଇ ବାଇକ ମୁହାମୁହିଁ ଧକ୍କା : ଚାଳକ ମୃତ୍ୟୁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ତଥା ଭବାନୀପାଟଣା-ଖଡିଆଳ ୧୬ ନମ୍ବର ରାଜ୍ୟ ରାଜପଥର ଚାନ୍ଦୋତରା ନିକଟରେ ଥିବା ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଲିଛ । ସୂଚନା ମତେ, ସିନ୍ଧେକେଲା ଥାନା ଚାନ୍ଦୋତରା ଗାଁର କାର୍ତ୍ତିକ ରଣା(୨୧) ଓ ନୀଳମଣି ରଣା ନୂତନ ଘର ନିର୍ମାଣ କାମ କରିବାକୁ ଯାଇ କାମ ସାରିବା ପରେ ବାଇକ(ଓଡି ୨୬ ସି ୧୨୧୬)ରେ ଫେରୁଥିଲେ । ସିନ୍ଧେକେଲା ଥାନା ସୁର୍ଡା ଗ୍ରାମର ଦିଗାମ୍ବର ବେହେରା ବାଇକ୍‌ ନଂ.ଓଆର୍‌ ୦୩ ଜି ୩୩୮୪ରେ ଆସୁଥିବା ବେଳେ ବାଇକ୍‌ଟି ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା । ନୀଳମଣି ଓ ଦିଗାମ୍ବର ଗୁରୁତର ଆହତ ହୋଇଥିବା ବେଳେ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ଏ ନେଇ ସିନ୍ଧେକେଲାରେ ଏକ ମାମଲା ରୁଜୁ କରି ଶବକୁ ଟିଟିଲାଗଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଦୁର୍ଘଟଣା ଘଟିଥିବା ଉଭୟ ବାଇକକୁ ପୋଲିସ ଜବତ କରିଥିବା ସୂଚନା ମିଲିଛି ।

Leave A Reply

Your email address will not be published.