ଛତ୍ରପୁର ସହର ଦପ୍ତରାଞ୍ଚଳ ମୁଖ୍ୟଛକରେ ଘଣ୍ଟାଘର ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଦପ୍ତରାଞ୍ଚଳର ମୁଖ୍ୟ ଛକରେ ଅର୍ଥାତ୍ ଭି.ଆଇ.ପି. ରୋଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ବହୁ ପ୍ରତିକ୍ଷୀତ ଘଣ୍ଟା ଘରକୁ ମଙ୍ଗଳାବର ପୂର୍ବାହ୍ନରେ ଲୋକାର୍ପଣ ହୋଇଛି । ସୂଚନାଯୋଗ୍ୟ ଯେ, ଛତ୍ରପୁର ସହରକୁ ସ୍ମାର୍ଟ୍ ସିଟିର ମାନ୍ୟତା ସ୍ୱରୂପ ସଦରଦପ୍ତର ସହର ମୁଖ୍ୟ ଛକଠାରେ ଘଣ୍ଟାଘର ସ୍ଥାପନ ହୋଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ମିଳିତ ହସ୍ତରେ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ, ଚେୟାରମେନ ଶର୍ମିଷ୍ଠା ପ୍ରଧାନ, ଭାଇସ୍-ଚେୟାରମ୍ୟାନ୍ ଜି.ପାପା ରାଓ, ଏନ୍.ଏ.ସି.ର, କାଉନସିଲର ଗଣ, ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

13 − ten =