pr

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ରାସ୍ତା ସମସ୍ୟାର ସମାଧାନ ନେଇ ଦାବୀପତ୍ର ପ୍ରଦାନ

dr. purohit

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ରାସ୍ତା ସମସ୍ୟାର ସମାଧାନ ନେଇ ଦାବୀପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ସହରର ପାଟଣା ହୋଟେଲ ଛକରୁ କଚେରି ଛକ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ନୂତନ ଭାବରେ ନିର୍ମିତ ଡିଭାଇଡର ଯୋଗୁଁ ସ୍ୱଳ୍ପ ପ୍ରଶସ୍ତ ରାସ୍ତାଟି ଆହୁରି ସଂକୀର୍ଣ୍ଣ ହୋଇଯାଇଥିବା ଫଳରେ କେବଳ ଗୋଟିଏ ମାସରେ ଛ’ ଟି ଭାରିଯାନ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇ ସାରିଲେଣି । ଆଗାମୀ ଦିନରେ କିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିବା ପୂର୍ବରୁ ବିହୀତ ପଦକ୍ଷେପ ନେବା ନିମନ୍ତେ ଆଲୋଚନା କରିବା ପାଇଁ ଆଜି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଚଞ୍ଚଳ ରାଣା ଡିଭାଇଡର ଥାଇ ରାସ୍ତାକୁ କିପରି ଓସାରିଆ କରାଯିବ ସେଥିପ୍ରତି ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିଲେ ଏବଂ ଗାଡି ଡ୍ରାଇଭରମାନଙ୍କର ବେପରୁଆ ଗାଡିଚାଳନାକୁ ମଧ୍ୟ ଦାୟୀ କରି ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି କହିଥିଲେ । ଏହି ଆଲୋଚନାରେ ପୂର୍ବତନ ସୈନିକ ସଙ୍ଘର ପ୍ରତାପ ଚନ୍ଦ୍ର ରଥ, ମହିମୁଣ୍ଡାର ସମିତି ସଭ୍ୟା ବବିତା ପୁଟେଲ, ସ୍ୱାଭିମାନ ପରିବାରର ମିଲୁ ସାହୁ, କଂଗ୍ରେସ ନେତା ବିଧୁଭୂଷଣ ତ୍ରିପାଠୀଙ୍କ ସଂଗେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ଦୀପ ବାଗ, ସହଦେବ ନାଗ, ରାଜେନ୍ଦ୍ର ସେଠ, ଦେବରାଜ ନାଗ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

nrusinghnath
Leave A Reply

Your email address will not be published.