pr

ଜାଲ ବିଇଡି ସାର୍ଟିଫିକେଟ ଓ ମାର୍କସିଟ ଦେଇ ଚାକିରି କରୁଥିବା ଧଉରାଦାଦର ସରକାରୀ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ବହିଷ୍କୃତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଧଉରାଦାଦର ସରକାରୀ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଚୁମ୍‌କି ପଧାନ ଜାଲ ବିଇଡି ସାର୍ଟିଫିକେଟ ଓ ମାର୍କସିଟ ଦେଇ ଚାକିରି କରୁଥିବା ଧରାପଡିବା ପରେ ବଲାଙ୍ଗିର ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଚୁମ୍‌କି ପଧାନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ଚୁମ୍‌କି ପଧାନ ୨୦୧୪ ମସିହାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇ ତା୦୩/୦୩/୨୦୧୪ରିଖରେ ଧଉରାଦାଦର ସରକାରୀ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟକ ଭାବେ ଯୋଗ ଦେଇଥିଲେ । ପରେ ସେ ନିୟମିତ ହୋଇ ଧଉରାଦାଦର ସରକାରୀ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସମଗ୍ର ଶିକ୍ଷା ଅଧୀନରେ ଶିକ୍ଷା ସହାୟକ ପଦବୀ ନିଯୁକ୍ତି ଚୟନ ସମୟରେ ଚୁମ୍‌କି ପଧାନ ବିଇଡି ସାର୍ଟିଫିକେଟ ଓ ମାର୍କସିଟ ଦାଖଲ କରିିଥିଲେ । ଶିକ୍ଷା ସହାୟକ ପଦବୀ ନିମନ୍ତେ ଦାଖଲ କରିଥିବା ବିଇଡି ସାର୍ଟିଫିକେଟ ଓ ମାର୍କସିଟର ସତ୍ୟତା ଯାଞ୍ଚ କରାଯାଇ ଏହା ଜାଲ ବୋଲି ଜଣାପଡିବା ପରେ ଚୁମ୍‌କି ପଧାନଙ୍କୁ ବଲାଙ୍ଗିର ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ତାଙ୍କୁ ତା୨୯/୦୭/୨୦୨୨ରିଖରେ ଚାକିରିରୁ ବହିଷ୍କୃତ କରିଛନ୍ତି । ଚୁମ୍‌କି ପଧାନଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ ତୁରନ୍ତ ଏଫ୍‌ଆଇଆର୍‌ ଦର୍ଜ କରିବା ସହ ସେ ନିଯୁକ୍ତି ପାଇଥିବା ଦିନଠାରୁ ଅଦ୍ୟାବଧି ପାଇଥିବା ଆର୍ଥିକ ରାଶି ତାଙ୍କଠାରୁ ଆଦାୟ କରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

nrusinghnath
Leave A Reply

Your email address will not be published.