କାଳିଆ ଛାତ୍ରବୃତ୍ତି ଅନଲାଇନ ଆବେଦନ ସମୟ ସୀମା ଫେବୃଆରୀ ୮ ତାରିଖକୁ ବୃଦ୍ଧି

ଭୁବନେଶ୍ୱର : ଅନଲାଇନ ମାଧ୍ୟମରେ କାଳିଆ ଛାତ୍ରବୃତ୍ତି ଆବେଦନ ସମୟସୀମା ୨୦୨୪ ଜାନୁୟାରୀ ୩୧ ତାରିଖରୁ ଫେବୃଆରୀ ୮ ତାରିଖ, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମୟସୀମା ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ନୂତନ କାର୍ଯ୍ୟସୂଚୀ ଅନୁଯାୟୀ କାଳିଆ ହିତାଧିକାରୀଙ୍କ ପିଲାମାନେ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ପ୍ରିମିୟର ଶିକ୍ଷାନୁଷ୍ଠାନରେ ବୈଷୟିକ ଶିକ୍ଷାନୁଷ୍ଠାନ ନିମନ୍ତେ କାଳିଆ ଛାତ୍ରବୃତ୍ତି ପାଇବା ପାଇଁ Common Scholarship Portalରେ ଅନଲାଇନରେ ଆବେଦନ ସମୟସୀମାକୁ ଚଳିତ ଫେବୃଆରୀ ୮ ତାରିଖକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ଯେ ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ମାର୍ଗଦର୍ଶୀକା ଅନୁଯାୟୀ ଜାନୁଆରୀ ୯ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରଖିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ମାତ୍ର କାଳିଆ ଛାତ୍ରବୃତ୍ତି ନିମନ୍ତେ ପିଲାମାନଙ୍କ ମଧ୍ୟରେ ଆଗ୍ରହ ଏବଂ ଆବେଦନ ସମୟସୀମା ବୃଦ୍ଧି ନିମନ୍ତେ ଅନେକ ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପରାମର୍ଶ କ୍ରମେ ଅନଲାଇନ ଆବେଦନ ସମୟସୀମା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି ।

Leave A Reply

Your email address will not be published.

three − 1 =