ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ

ସମ୍ବଲପୁର, (ଦାମୋଦର ପଣ୍ଡା) : କୋଭିଡ୍-୧୯ ଓ ମୋଟର ଯାନ ଆଇନ୍ ଉଲଙ୍ଘନ ଅଭିଯୋଗରେ ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସମଗ୍ର ଜିଲ୍ଲାରେ ମୋଟର ଯାନ ଆଇନରେ ୩୦୦ ଜଣଙ୍କ ଠୁ ୩ ଲକ୍ଷ ଓ ମାସ୍କ ପିନ୍ଧି ନ ଥିବାର ୨୫୦ ଜଣଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଜୋରିମାନା ଆଦାୟ ହୋଇଛି ।
କେବଳ ସମ୍ବଲପୁର ସହରରେ ମାସ୍କ, ହେଲମେଟ ପିନ୍ଧି ନ ଥିବାର ୭୫ ହଜାର ଟଙ୍କା ଜୋରିମାନା ଆଦାୟ ହେଇ ଥିବାର ଜଣାଯାଇଛି । ଏହା ସତ୍ବେ ଲୋକେ ସଚେତନ ହେଉ ନ ଥିବା ବିଡ଼ମ୍ବନାର ବିଷୟ ବୋଲି ଜଣେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.