ଆଜି ପ୍ରଧାନମନ୍ତ୍ରୀ ଜୟପୁରର ‘ପତ୍ରିକା ଗେଟ୍‌’ ଉଦ୍‌ଘାଟନ କରିବେ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ଟା ବେଳେ ଜୟପୁରର ପତ୍ରିକା ଗେଟ୍‌କୁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଏହି ଆଇକନିକ୍‌ ଗେଟ୍‌କୁ ପତ୍ରିକା ଖବରକାଗଜ ଗୋଷ୍ଠୀ ଜୟପୁରର ଜବାହାରଲାଲ ନେହେରୁ ମାର୍ଗରେ ତିଆରି କରିଛି ।
ପତ୍ରିକା ଗୋଷ୍ଠୀର ଅଧ୍ୟକ୍ଷଙ୍କ ଦ୍ୱାରା ଲିଖିତ ଦୁଇଖଣ୍ଡ ପୁସ୍ତକ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେବାର ଅଛି । ଏହି କାର୍ୟ୍ୟକ୍ରମକୁ ଦୂରଦର୍ଶନ ପକ୍ଷରୁ ସିଧା ପ୍ରସାରଣ ମଧ୍ୟ କରାଯିବ ।

Leave A Reply

Your email address will not be published.