ବିଶ୍ୱ ସିଜୋଫ୍ରେନିଆ ଦିବସ ଉପଲକ୍ଷେ ବାଲୁକା କଳାରେ ସଚେତନତା ବାର୍ତ୍ତା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବିଶ୍ୱ ସିଜୋଫ୍ରେନିଆ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି ‘କନେକ୍ଟିଂ ୱିଥ୍‌ ହୋପ୍‌’ । ଅର୍ଥାତ୍‌ ରୋଗୀ ଓ ତାଙ୍କର ପରିବାରବର୍ଗଙ୍କ ଆଶାର ସହ ଯୋଡ଼ିହେବା । ଏଠାରେ ସୂଚନା ଯୋଗ୍ୟ ଯେ, ସିଜୋଫ୍ରେନିଆ ଏକ ମାନସିକ ରୋଗ । ବଂଶଗତ, ମାନସିକ କିମ୍ବା ସାମାଜିକ ଦୁର୍ବଳତା ଏହାର କାରଣ । ମସ୍ତିଷ୍କରେ ରାସାୟନିକ ଅସନ୍ତୁଳନ ଯୋଗୁଁ ସୃଷ୍ଟି ହୁଏ । ଏଥିପାଇଁ କୌଣସି ଗୁଣିଗାରେଡ଼ି ନୁହେଁ । ବରଂ ସମୟ ନଷ୍ଟ ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Leave A Reply

Your email address will not be published.